ଦେଓଗାଁ ବ୍ଲକରେ ୧୪ଟି କ୍ଲ‌ଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୧୮ ତାରିଖରୁ ଦେଓଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ୧୫ କ୍ଲ‌ଷ୍ଟର ଯଥା ଦେଓଗାଁ, ରାମଚନ୍ଦ୍ରପୁର, ବ୍ରାହ୍ମଣୀଜୋର, ବନ୍ଧପଡ଼ା, ରତନପୁର, କୁତୁର୍ଲା, ଡଙ୍ଗରପଡ଼ା, ଜରାସିଂହା, ଉପରଝର, ବଗଡ଼ା, ଗୌଡ଼ଗୋଠ, ଅର୍ଜୁନପୁର, ଭାଳୁକୁନ୍ଦ, ବଡ଼ବନ୍ଧ ଓ ମକୁନ୍ଦପୁର କ୍ଲ‌ଷ୍ଟରରେ ଆରମ୍ଭ ହୋଇଥିବା ସୁରଭି କାର୍ଯ୍ୟକ୍ରମ ଆନୁ‌ଷ୍ଠାନିକ ଭାବେ ଉଦ୍‌ଯାପିତ ହୋଇଯାଇଛି । ଗତ ୧୯ ତାରିଖ ଦିନ ବ୍ରାହ୍ମଣୀଜୋର କ୍ଲଷ୍ଟରର ସୁରଭି କାର୍ଯ୍ୟକ୍ରମ ସ୍ଥାନୀୟ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବ୍ରାହ୍ମଣୀଜୋରରେ ଅନୁଷ୍ଠିତ ହୋଇଥିଲା । ଏହି କ୍ଲଷ୍ଟର ଅଧିନରେ ଥିବା ବ୍ରାହ୍ମଣୀଜୋର ହାଇସ୍କୁଲ ସହ ସିଆଲଜୋର ପ୍ରାଥମିକ ବିଦ୍ୟାଳୟ, ତାଲପାଲି ଉଚ୍ଚ ପ୍ରାଥମିକ ସ୍କୁଲ, ଅନ୍ତର୍ଲା ଉଚ୍ଚ ପ୍ରାଥମିକ ସ୍କୁଲ, ଛତାପିପଲ, ଗୁଏଲପିଟା ଓ ସନ୍ଧିଜୋର ସ୍କୁଲର ପ୍ରାୟ ୧୨୦ ଜଣ ଛାତ୍ର, ଛାତ୍ରୀ ଭାଗ ନେଇଥିଲେ । ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା, ପ୍ରବନ୍ଧ, ଚିତ୍ରାଙ୍କନ, ରଙ୍ଗ କରିବା କୌଶଳ, କ୍ରିଏଟିଭ ରାଇଟିଙ୍ଗ, ସଙ୍ଗୀତ, ଶୃତଲିଖନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁ‌ଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରତନ ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁ‌ଷ୍ଠିତ ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଦେବଦତ୍ତ ଦ୍ୱିବେଦୀ, ପ୍ରଦୀପ ଛତ୍ରିଆ, ବିରେନ୍ଦ୍ର ସୁନା, କମଳ ଲୋଚନ ବାଗ, ସଦାନନ୍ଦ ନାଏକ, ଜ୍ୟୋତି ମହାଲିଙ୍ଗ, ଅନିଲ ପଧାନ, ପଦ୍ମଲୋଚନ କୁମ୍ଭାର, ଦୀପାଳୀ ସେଠୀ, ପୁଷ୍ପାଞ୍ଜଳି ସାହୁ, ଲିନା ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ବ୍ରାହ୍ମଣୀଜୋର ସିଆରସିସି ସ୍ୱପ୍ନେ ମେହେର କାର୍ଯ୍ୟକ୍ରମ ପରିଚାଳନାର ତଦାରଖ କରିଥିଲେ । ସେହିପରି ଗୌଡଗୋଠ ଆଞ୍ଚଳିକ ସାଧନା କେନ୍ଦ୍ରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସିଆରସିସି ରିଙ୍କୁ ପଧାନଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଥିଲା । ଏହି କାର୍ଯ୍ୟକ୍ରମ କ୍ଲଷ୍ଟର ଅଧିନରେ ଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟରୁ କୃତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବରିଷ୍ଠ ଓ କନିଷ୍ଠ ଭାବେ ବିଭିନ୍ନ ପ୍ରତିଯୋଗିତା କରାଯାଇ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବଡବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରମୋଦ ସା, ଗୌଡଗୋଠ ପଞ୍ଚାୟତ ହାଇସ୍କୁଲର ହିନ୍ଦୀ ଶିକ୍ଷକ ନବ ସାହୁ, କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.