jsm

ସଚେତନ ହେମା ମଣ୍ଡପରେ ନାଟକ ‘ଦକ୍ଷିଣା’ ମଞ୍ଚସ୍ଥ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମ ପଞ୍ଚାୟତର ଢୋଲବନ୍ଧ ଗ୍ରାମରେ ସଚେତନ ହେମା ଅନୁଷ୍ଠାନ ଆନୁକୂଲ୍ୟରେ ସ୍ୱର୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡୋଳାମଣି ରଣା, ସମ୍ମାନିତ ଅତିଥି ଭାବେ ନବ ପ୍ରଭାତ ବୈଦିକ ବିଦ୍ୟାପୀଠର ଭଗବାନ ଦେବ ଓ ବୃହସ୍ପତି ଶାସ୍ତ୍ରୀ, ବ୍ଲକ ଶିକ୍ଷା ଅଧିକାରୀ କାଳୀ ଚରଣ ଦୁବେ, ପ୍ରଧାନ ଶିକ୍ଷକ ଧର୍ମରାଜ ଶତପଥି, ଅନିରୁଦ୍ଧ ରଣା, ନାଟ୍ୟବିଦ୍‌ କେଶରଞ୍ଜନ ପଧାନ, ଅମର ସାହୁ, ରୁକ୍ମଣ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ଅମର ଆତ୍ମାର ଶାନ୍ତି ପାଇଁ ନୀରବ ପ୍ରାର୍ଥନା ପରେ ନବପ୍ରଭାତ ଆଶ୍ରାମର ଭଗବାନ ଦେବ ଓ ବୃହସ୍ପତି ଶାସ୍ତ୍ରୀ ଦୁଇ ବିଦ୍ୱାନ ବ୍ୟକ୍ତିତ୍ୱଙ୍କୁ ସଂସ୍କୃତି ମିତ୍ର ସମ୍ମାନରେ ଭୂଷିତ କରାଯାଇଥିଲା । ପରେ ମଧ୍ୟ ପ୍ରଦେଶ ନାଟକ ବିଦ୍ୟାଳୟର ଇଂଟର୍ନସିପ ଯୋଜନାରେ ପ୍ରସ୍ତୁତ ନାଟକ ‘ଦକ୍ଷିଣା’ ନବପ୍ରଭାତ ଆଶ୍ରମର କୁନି ବ୍ରହ୍ମଚାରୀଙ୍କ ଦ୍ୱାରା ପରିବେଷିତ ହୋଇଥିଲା । ନାଟକକୁ କେଶରଞ୍ଜନ ପଧାନ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଡ୍ରାମା ଛାତ୍ର ଦୟାସାଗର ଧାରୁଆ ଓ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ଦିବ୍ୟକିଶୋର ବରିହା । ଏହି ଅବସରରେ ଆଖ ପାଖ ଅଂଚଳର ବହୁ ଦର୍ଶକ, ନବପ୍ରଭାତ ଆଶ୍ରମର ସମସ୍ତ ଛାତ୍ର ତଥା କଳାକାରଗଣ ଉପସ୍ଥିତ ଥିଲେ । ନାଟ୍ୟକାର ରାଜକୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ସୁଶାନ୍ତ ସେଠ ସଭା ପରିଚାଳନା ଓ କୂଳମଣି ପଶୟତ, ଘନ ଶ୍ୟାମ ସାହୁ, ଘନଶ୍ୟାମ ଭୋଇ, ବାସୁଦେବ ସାହୁ, ପଲଟନ ମହାକୁର, ଲକ୍ଷ୍ମୀ ପ୍ରସାଦ ସାହୁ, ଭିକ ବରିହା, ରସିକ ବରିହା, ହେମନ୍ତ ମହାକୁର, ଜୟନ୍ତ ସାହୁ, ସୁରେନ୍ଦ୍ର ମହାକୁଡ଼, ସୁନେଲି ସାହୁ, ଆରାଧ୍ୟ ସାହୁ, ରଶ୍ମି ସାହୁ, କୌଶଳୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.