ଖପ୍ରାଖୋଲ ବ୍ଲକ ଝାଲବାହାଲ ଗାଁ କୋଶଳପଡାରେ ଏପର୍ଯ୍ୟନ୍ତ ସରକାରୀ ସୁବିଧା ପହଞ୍ଚି ପାରିନାହିଁ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର୍ ପଞ୍ଚାୟତ ଝାଲବାହାଲ ଗାଁର କୋଶଳପଡ଼ାରେ ଏପର୍ୟ୍ୟନ୍ତ କୌଣସି ସରକାରୀ ବାବୁ ଙ୍କ ପାଦ ତଥା କୈାଣସି ସରକାରୀ ସୁବିଧା ପହଞ୍ଚି ପାରିନାହିଁ । ଏଠାରେ ୧୫ ପରିବାର ବସବାସ କରନ୍ତି । କିନ୍ତୁ ଦୁଃଖର ବିଷୟ ଏଠାକୁ ଯିବା ପାଇଁ କୈାଣସି ପକ୍କା ରାସ୍ତା ନାହିଁ । ଏଠାରେ ଗୋଟିଏ ମାତ୍ର ନଳକୂପ, ବିଜୁଳିର ଦେଖା ନାହିଁ । ଜଙ୍ଗଲ ପାହାଡ ଘେରା ଏହି ପଡାଟି ସଂଧ୍ୟା ହେବା ମାତ୍ରେ ହିଂସ୍ର ଜୀବଜନ୍ତୁ ପଡା ମଧ୍ୟକୁ ଆସି ଯାଆନ୍ତି ବୋଲି ପଡ଼ାବାସୀ ଅଭିଯୋଗ କରିଛନ୍ତି । ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବା ପାଇଁ କୈାଣସି ସରକାରୀ ଅଧିକାରୀ ଏପର୍ୟ୍ୟନ୍ତ ପଡ଼ାରେ ପାଦ ଦେଇ ନାହାନ୍ତି। ସ୍ୱଚ୍ଛ ପାନୀୟ ଜଳର ଅଭାବ ଯୋଗୁଁ ଲୋକେ ରୋଗାକ୍ରାନ୍ତ ହେଉଛନ୍ତି । ବର୍ଷା ଦିନରେ ଏଠାକୁ ଯିବା ପ୍ରାୟ ଅସମ୍ଭବ ହୋଇପଡେ । ଜଳ, ବିଜୁଳି, ରାସ୍ତା ଏଠାକାର ମୁଖ୍ୟ ସମସ୍ୟା ରହିଛି । ବାରମ୍ବାର ସରପଞ୍ଚ ବିଡ଼ିଓଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଅତିଶୀଘ୍ର ତାଙ୍କର ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ପଡାବାସି ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।

Leave A Reply

Your email address will not be published.