ସୁବର୍ଣ୍ଣପୁରର ମହକ : ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସଂଜୀବ କୁମାର କର୍ମୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ମାଟିର ଗର୍ବ ଗୌରବ ସ୍ପେରିର ମୁଖ୍ୟ ବୈଜ୍ଞାନିକ ଡ. ସଂଜୀବ କୁମାର କର୍ମୀ ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ରହିଛନ୍ତି । ଏହି ଖବରରେ ସୁବର୍ଣ୍ଣପୁରରେ ଖୁସିର ଲହରି ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଆମେରିକାର ଷ୍ଟାନଫୋଡର଼୍ ୟୁନିଭର୍‌ସିଟିର ଏକ ରିପୋର୍ଟରେ ଗୁଜରାଟ ସ୍ଥିତ ସର୍ଦ୍ଦାର ପଟେଲ ନବୀକରଣ ଯୋଗ୍ୟ ଶକ୍ତି ଅନୁସଂଧାନ ପ୍ରତିଷ୍ଠାନ ଡ. କର୍ମୀ ତାଙ୍କ କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ସୂଚନାରେ କୁହାଯାଇଛି ଯେ, ଦେଶରେ ଏକ ହଜାରରୁ ଅଧିକ ବୈଜ୍ଞାନିକ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ବାୟୋଟେକ୍‌ନୋଲୋଜି ବିଭାଗରେ ଡ. କର୍ମୀଙ୍କ ବିଶ୍ୱବ୍ୟାପୀ ମାନ୍ୟତା ୭୨୬ ଓ ସି-ସ୍କୋର ହେଉଛି ୩.୨୦୭ ।

Leave A Reply

Your email address will not be published.