jayashree

ଗୁରୁ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ବଲାଙ୍ଗିର ସହର ସ୍ଥିତ ମିଶନ କମ୍ପାଉଣ୍ଡର “ଦି ଲାଇଫ କନଫରେନ୍ସ ହଲ” ଠାରେ ଜିଲ୍ଲା ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ, ସହ-ସଂପାଦିକା ଅନୁପମା ପ୍ରହରାଜଙ୍କ ଆବାହନ କ୍ରମେ ଜିଲ୍ଲା ମହିଳା ମଣ୍ଡଳ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ପଟେଲ ଓ ସମ୍ପାଦିକା କୁମୁଦିନୀ ମେହେର, ବିଦୁସ୍ମିତା ଦାସ, ହରେକୃଷ୍ଣ ମାଝି ପ୍ରମୁଖ ଗୁରୁ ଦିବସର ସଭା କାର୍ଯ୍ୟକୁ ସଫଳ କରିଥିଲେ । ମୁଖ୍ୟ ଅତିଥି ସୁଧାଂଶୁ ଶେଖର ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ବଲାଙ୍ଗିର, ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡା, ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ହରେକୃଷ୍ଣ ତ୍ରିପାଠୀ, ରାଜ୍ୟ ଫେଡେରେସନ ସମ୍ପାଦକ ସନ୍ତୋଷ କୁମାର ସାହୁ, ବୌଦ୍ଧ ଜିଲ୍ଲା ସଭାପତି ଲୋକନାଥ ପାଢୀ, ରାଜ୍ୟ ଫେଡରେସନ ପରାମଶଦାତା ଦିଲ୍ଲୀପ ବୈଦାର, ବଲାଙ୍ଗିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ତୁଷାର କର୍ମୀ ଓ କମିଟିର ଅଧ୍ୟକ୍ଷ ଆଚାର୍ଯ୍ୟ ସୁଚିତ୍ର ସୁନା ମଂଚରେ ଉପସ୍ଥିତ ଥିଲେ । ଅବସରପ୍ରାପ୍ତ ଶିକ୍ଷକ କୁଳମଣି ବକୁଳ, ବସନ୍ତ ବୁଡେକ ଓ କୈଳାସ କର୍ତ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଲୋଚନାଚକ୍ରରେ ଦୁର୍ଯ୍ୟୋଧନ ପଶାୟତ, ମନମୋହନ ଲିମ୍ମା ମଂଚ ପରିଚାଳନା କରିଥିଲେ । ଶିକ୍ଷା ଏକ ମହତ ବ୍ରତ ଏହା ଏକ ସାଧାରଣ ବୃତ୍ତି ନୁହେଁ । ଶିକ୍ଷା ବିଭାଗ, ଛାତ୍ର, ଅଭିଭାବକ, ଅନୁଷ୍ଠାନର ଉନ୍ନତି ଶିକ୍ଷକ ସମ୍ବିଧାନର ମୂଳ ସୁତ୍ର, ତାର ପରେ ଯାଇ ଶିକ୍ଷକ ସ୍ୱାର୍ଥ ବିଚାର କରାଯାଏ । ଶେଷରେ ସଭାନେତ୍ରୀ ଶ୍ରୀମତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.