
ବଲାଙ୍ଗିର, (କେପିଏନ୍ଏସ୍) : ୧୮୯ ବାଟାଲିୟନ ସିଆର୍ପିଏଫ୍ ପକ୍ଷରୁ ଆଜି ସରକାରୀ ଆଇଟିଆଇର ଆଖପାଖ ଅଞ୍ଚଳରେ ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୨.୦ ଅନୁଷ୍ଠିତ ହୋଇଯାଇଛି । ୧୮୯ ବାଟାଲିୟନ ସିଆର୍ପିଏଫ୍ କମାଣ୍ଡାଣ୍ଟ ପବନ କୁମାର ତିୱାରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସ୍ୱଚ୍ଛତା ଅଭିଯାନ ୨.୦ରେ ଡେପୁଟି କମାଣ୍ଡାଣ୍ଟ ମୁଜୀବ ଅଲ୍ଲୀ, ଇନ୍ସପେକ୍ଟର/ଜିଡି ସାନ୍ତୋଷ କୁମାର ଏବଂ ୟୁନିଟ୍ର ଅନେକ କର୍ମଚାରୀ ତଥା ସ୍ଥାନୀୟ ବାସିନ୍ଦା ମଧ୍ୟ ଉପସ୍ଥିତ ଥିଲେ ।
