oom

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭ : ଦେଓଗାଁ ଗ୍ରାମ ପଞ୍ଚାୟତରେ ୧୧

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୭୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଦେଓଗାଁ ଗ୍ରାମ ପଞ୍ଚାୟତରେ ୧୧ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି । ବଲାଙ୍ଗିର ପୌରାଂଚଳରେ ୱାର୍ଡ ନଂ. ୨, ୩, ୭, ୯, ୧୫, ୧୯, ୨୦ରେ ଜଣେ ଲେଖାଏଁ ଓ ୱାର୍ଡ ନଂ.୬ରେ ୨ ଜଣ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ନଅଗାଁ-ଏ, ଝରନିପାଲି ଓ ଭରସୁଜା ଗ୍ରା.ପ.ରୁ ଜଣେ ଲେଖାଏଁ ଏବଂ ବଲାଙ୍ଗିର ବ୍ଲକ ଚୁଡ଼ାପାଲିରୁ ଜଣେ ସଂକ୍ରମଣର ଶିକାର ହୋଇଛନ୍ତି । ସେହିପରି ବଙ୍ଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡା, ଚାନ୍ଦୋତରା, ସିନ୍ଧେକେଲା, ଦିଗଶିରା, କୁରସୁଡ଼, ଗୁର୍‌ଜୁଂ, ସିନ୍ଧେକେଲା ଓ ଜାମତରା ଗ୍ରା.ପ.ରୁ ଜଣେ ଲେଖାଏଁ, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୪ ଜଣ ଓ ଖଇରମାଲ୍‌ ଗ୍ରା.ପ.ରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି । ଗୁଡ଼ଭେଲା ବ୍ଳକ୍‌ ଚିଂଚେଡ଼ ଗ୍ରା.ପ.ରୁ ୫, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧୪ରୁ ୧, ଖପ୍ରାଖୋଲ ବ୍ଲକ୍‌ ଲୁହାସିଂହା ଗ୍ରା.ପ.ରୁ ୧, ଲାଠୋର ଗ୍ରା.ପ.ରୁ ୨, ଖପ୍ରାଖୋଲ ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ ଲୋଇସିଂହା, କୁଟେନପାଲି, ମାଗୁରବେଡ଼ା ଗ୍ରା.ପ.ରୁ ଜଣେ ଲେଖାଏଁ, ମୁରିବାହାଲ ବ୍ଲକ୍‌ ଡଙ୍ଗରପଡ଼ା ଓ ପତ୍ରାପାଲି ଗ୍ରା.ପ.ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି । ପାଟଣାଗଡ଼ ବ୍ଲକ୍‌ ଭରତବାହାଲ ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୭ରୁ ୧, ପୁଇଁନ୍ତଲା ବ୍ଲକ୍‌ ଅଙ୍କରିଆପଦର ଗ୍ରା.ପ.ରୁ ୨, ସଇଁନ୍ତଲା ବ୍ଲକ୍‌ କନ୍ଧକେଲଗାଁ ଗ୍ରା.ପ.ରୁ ୧, ଭଦ୍ରା ଗ୍ରା.ପ.ରୁ ୧, ଧରବଗଡ଼ ଗ୍ରା.ପ.ରୁ ୨, ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୨, ଓ ବୁଢ଼ାବାହାଲ ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ନାରେନ, ସୁର୍‌ଡ଼ା, ବିଜେପୁର ଓ ବାଂଜିପଦର ଗ୍ରା.ପ.ରୁ ଜଣେ ଲେଖାଏଁ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୮ରୁ ୪ ଓ ୫ରୁ ୨ ଜଣ, ତୁରେକେଲା ବ୍ଲକ୍‌ ହଲନଭଟା, ବଡ଼ବାଙ୍କି ଓ କମେଇମୁଣ୍ଡା ଗ୍ରା.ପ.ରୁ ଜରେ ଲେଖାଏଁ ସଂକ୍ରମଣର ଶିକାର ହୋଇଛନ୍ତି । ତେବେ ବଲାଙ୍ଗିର ଜିଲ୍ଲାରେ ଏବେ ୫୮୪ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି ।

jittmm
Leave A Reply

Your email address will not be published.