ସାମ୍ବାଦିକଙ୍କୁ ଅଶାଳୀନ ମନ୍ତବ୍ୟକୁ ବିରୋଧ କରି ଟାଉନ ଥାନାରେ ଅଭିଯୋଗ

ଯାଜପୁର : ସାମାଜିକ ଗଣମାଧ୍ୟମ ସାମ୍ବାଦିକଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ଅଭି‌ଯୋଗରେ ଯାଜପୁର ଟାଉନ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଯାଜପୁର ଟାଉନ ଥାନା ଅଧୀନ ସିଧେଶ୍ୱର ଅଞ୍ଚଳର ହେମନ୍ତ ଦୀକ୍ଷିତ ନାମକ ଯୁବକ ବିଭିନ୍ନ ଘଟଣା ସହ ସାମ୍ବାଦିକଙ୍କ କାର୍ୟ୍ୟ କରିବାର ଶୈଳୀ ଓ ଉପାୟକୁ ସମାଲୋଚନା କରିବା ସଂଗେ ସଂଗେ ସାମ୍ବାଦିକମାନଙ୍କୁ ସଂପୂର୍ଣ୍ଣ ଖରାପ ମନ୍ତବ୍ୟ ପ୍ରଦାନ କରିଛନ୍ତି । ଏହା ଗତକାଲି ହେମନ୍ତଙ୍କ ଫେସବୁକ୍ ଏକାଉଣ୍ଟରୁ ଭାଇରାଲ ହେବାରେ ଲାଗିଛି। ପୁଲିସ ପକ୍ଷରୁ କାର୍ୟ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

Leave A Reply

Your email address will not be published.