csstore

ତୃତୀୟ ଦିବସରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଆହ୍ବାନ କ୍ରମେ ରାଜ୍ୟରେ ବିଦ୍ୟୁତ ଶୁଳ୍କର ବୃଦ୍ଧି, କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ଘରୋଇରଣ ଉଦ୍ୟମ, ଶ୍ରମିକ, କୃଷକ ଓ କର୍ମଚାରୀ ବିରୋଧୀ ନୀତି ବିରୁଦ୍ଧରେ ତୃତୀୟ ଦିବସରେ ରାଜ୍ୟବ୍ୟାପୀ ଆନ୍ଦୋଳନରେ ବରଗଡ଼ ଜିଲ୍ଲା ମଜଦୁର କଂଗ୍ରେସ ଓ ଯୁବ ମଜଦୁର କଂଗ୍ରେସ ଆଜି ପ୍ରଥମ ଦିନ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଗଲା ତା ସାଙ୍ଗେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଳାଷ ପତି, ଜିଲ୍ଲା ମଜଦୁର କଂଗ୍ରେସର ସଭାପତି ବ୍ରହ୍ମାନନ୍ଦ ମହାକୁଡ, ଜିଲ୍ଲା ଯୁବ ମଜଦୁର କଂଗ୍ରେସର ସଭାପତି ଆଶିଷ ବେହେରା, ଜିଲ୍ଲା ଯୁବ ମଜଦୁର କଂଗ୍ରେସ ସାଧାରଣ ସମ୍ପାଦକ ଅମିତ ନାଏକ, ଜିଲ୍ଲା ଯୁବକଂଗ୍ରେସ ସଭାପତି ସୁଶାନ୍ତ ସାହୁ, ଜିଲ୍ଲା ଯୁବକଂଗ୍ରେସ ସୋସିଆଲ ମିଡ଼ିଆ ସଂଯୋଜକ ପପୁ କୁମ୍ଭାର, ଛାତ୍ର ନେତା ଅଭିଷେକ ନାୟକ, ସୁବ୍ରତ ନାଏକ, ରାଜକିଶୋର କର, ନିହାର ବେହେରା, ବରିଷ୍ଠ କଂଗ୍ରେସ ନେତା ସୁବ୍ରତ ସ୍ୱାଇଁ, ସନ୍ତୋଷ ସାହୁ, ଅନନ୍ତ ତାଣ୍ତି, ଧିରେନ ମେହେର, ମନୋରଞ୍ଜନ ମେହେର, ଗୋବିନ୍ଦ ମେହେର, ଦେବୁ ସ୍ୱାଇଁ, କପିଲ ଦାସ, ରାଜେସ ପ୍ରଧାନ, ଉଦିତ୍ ବେହେରା, ସେହେବାଜ କୁରେସି ଓ ଦଳୀୟ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.