ଭିନ୍ନକ୍ଷମ ହୋଇ ସୁଦ୍ଧା ଅନ୍ୟମାନଙ୍କ ପାଇଁ ନକୁଳ ପାଲଟିଛ‌ନ୍ତି ଉଦାହରଣ

ଆଗଲପୁର : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବାଗଝୁଲା ଗ୍ରାମର ମୁନି ମୁଗ୍ରୀଙ୍କ ପୁଅ ନକୁଳ ମୁଗ୍ରୀ ଜନ୍ମରୁ ଭିନ୍ନକ୍ଷମ । ତାଙ୍କ ପରିବାର ଆର୍ଥିକ ଅନଟନ ମଧ୍ୟରେ ଗତି କରୁଥିଲେ ବି ସେ ହାରି ଯାଇ ନାହାନ୍ତି । ସେ ନିଜେ ରୋଜଗାର କରି ନିଜକୁ ସକ୍ଷମ କରିବାକୁ ଚାହିିଁଛ‌ନ୍ତି । ସେ ଜଣେ ଭଲ ସାଇକେଲ ମେକାନିକ ଭାବରେ ଅଞ୍ଚଳରେ ବେଶ ପରିଚୟ ସୃଷ୍ଟି କରିପାରିଛ‌ନ୍ତି । ତା ସହିତ କିରାନା ଦୋକାନ ଟିଏ ମଧ୍ୟ କରିଛ‌ନ୍ତି । ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ନକୁଳଙ୍କ ୩ ସନ୍ତାନ ମଧ୍ୟ ଭିନ୍ନକ୍ଷମ ଅଟନ୍ତି । ନକୁଳଂକୁ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ ଠାରୁ ୫୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଛି । ମାସକୁ ପାଞ୍ଚ ଶହ ଭିନ୍ନକ୍ଷମ ଭତ୍ତା ମିଳେ । ରାସନ କାର୍ଡ ଟିଏ ଅଛି । ସେଥିରେ ତା ପରିବାର ଚଲୁଛନ୍ତି । ଭୁବନେଶ୍ୱର ଠାରେ ଥିବା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରରେ ୨୦୧୭ ମସିହାରେ ଦକ୍ଷତାର ସହିତ ଟ୍ରେନିଂ ଶେଷହେଲା । ପରେ କିଛି ଇଲେକ୍ଟ୍ରି ଜିନିଷ ପ୍ରଦାନ କରାଯାଇଥିଲା । ସେଥିରେ ସେ ଟିଭି ପଙ୍ଖା ମଧ୍ୟ ସଜାଡୁଛନ୍ତି । ତାଙ୍କ କାମ କରୁଥିବା ଜାଣି ପୁନର୍ବାସ କେନ୍ଦ୍ରର ନିର୍ଦେଶକ ଡ.ରାମକିଶୋର ଶର୍ମା ଖୁସି ପ୍ରକାଶ କରିଥିଲେ । ସେତେବେଳର ଶିଳ୍ପ ମନ୍ତ୍ରୀ ଥିବା ଅନନ୍ତ ଦାସ ରାଜ୍ୟ ରେଡକ୍ରସ ଭବନ ଠାରେ ଅନେକ ଜିନିଷ ପ୍ରଦାନ କରିଥିଲେ । ଯଦି ନକୁଳଂକୁ ସରକାର ତରଫରୁ କିଛି ଆର୍ଥିକ ସାହାଯ୍ୟ ସହଯୋଗ ମିଳିଲେ, ଆହୁରି ବଡ ଦୋକାନ ଟିଏ କରିବି ବୋଲି କହିଛନ୍ତି ।

Leave A Reply

Your email address will not be published.