ଘର ଛାତରୁ ପଡି ଯବାନଙ୍କ ମୃତ୍ୟ

ଟିଟିଲାଗଡ, (ଗୌରବ ଦର୍ଜୀ) : ଭାରତୀୟ ସୀମା ସୁରକ୍ଷା ବଳ(ବିଏସଏଫ)ରେ ସବ୍‌ଇନ୍ସପେକ୍ଟର ଭାବରେ କାର୍ୟ୍ୟରତ ବିଘ୍ନେଶ୍ୱର ସାହୁ(୫୫)ଙ୍କ ମଙ୍ଗଳବାର ଦିନ ଅକାଳ ବିୟୋଗ ଘଟିଛି । ବିଘ୍ନେଶ୍ୱର ଛୁଟିରେ ଘରକୁ ଆସିଥିଲେ । ମଙ୍ଗଳବାର ପୂର୍ବାହ୍ନରେ ଟିଟିଲାଗଡ ସର୍ଗିଗୁଡା ସ୍ଥିତ ନିଜ ଦି’ମହଲା ଘର ଛାତରେ ପାଣି ଦେଉଥିବା ବେଳେ ତଳକୁ ଖସି ପଡି ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନା ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାରରେ ତାଙ୍କର ପତ୍ନୀ ତଥା ତିନି ଝିଅ ଚାନ୍ଦ, ଜ୍ୟୋତି, ଇତି ଏବଂ ପୁଅ ଅନନ୍ତ ଅଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ଭାରତୀୟ ସେନାର ଜଣେ ଅଧିକାରୀ ଭାବରେ ସେ ଦୀର୍ଘ ବର୍ଷ ଧରି ପ୍ରଶଂସିତ କାର୍ୟ୍ୟ କରି ଆସିଛନ୍ତି । ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସହରରେ ଶୋକାତୁର ପରିବେଶ ଦେଖିବାକୁ ମିଳିଛି ।

Leave A Reply

Your email address will not be published.