ଏକ୍ସସେଲ୍‌ ଗାଡିରେ ମାଙ୍କଡ ପିଟି ହୋଇ ଉପରଝର ଗ୍ରାମରେ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଉପରଝର ଗ୍ରାମରେ ଏକ ଏକ୍ସସେଲ୍‌ ଗାଡିରେ ଗୋଟିଏ ମାଙ୍କଡ ପିଟି ହୋଇଥିଲା । ଫଳରେ ଏକ୍ସସେଲ୍‌ ଆରୋହୀ ଜଣକ ଦୁର୍ଘଟଣାର ଶିକାର ହୋଇଥିଲେ । ଏକ୍ସସେଲ୍‌ ଆରୋହୀ ଜଣକ ହେଲେ ଆଠଗାଁର କେଶବ ମେହେର । ସୂଚନା ଅନୁସାରେ କେଶବ କୌଣସି ଏକ କାମ ଯୋଗେ ଉପରଝର ଗ୍ରାମକୁ ଯାଉଥିବା ବେଳେ ଉପରଝର ଗ୍ରାମ ଠାରେ ଏକ ମାଙ୍କଡ ତାଙ୍କ ଏକ୍ସସେଲ୍‌ ଗାଡିରେ ପିଟି ହୋଇଥିଲା । ଫଳରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କୁ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗିର ଭେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.