ଆଠଗାଁ ଠାରେ ବୋଲେରୋ- ବାଇକ ମୁହାଁମୁହିଁ ଧକ୍କା : ୨ ଗୁରୁତର ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଳା ଅନ୍ତର୍ଗତ ଆଠଗାଁ ଠାରେ ବୋଲେରୋ- ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଏଥିରେ ୨ ଜଣ ବାଇକ ଆରୋହୀ ଗୁରତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ବାଇକ ଆରୋହୀ ଦ୍ୱୟ ହେଲେ ଶ୍ୟାମ ଭେଣ୍ଡାକ ଓ ରାମେଶ୍ୱର ନାଗ । ସୂଚନା ଅନୁସାରେ ଏକ ବାଇକ ଯୋଗେ ବାଇକ ଆରୋହୀ ଦ୍ୱୟ କୌଣସି କାରଣରୁ ଆସୁଥିବା ବେଳେ ଆଠଗାଁ ଠାରେ ସାମ୍‌ନା ପଟୁ ଆସୁଥିବା ଏକ ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣି ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.