om academy

ଶବଦାହ ପାଇଁ ମାଗଣାରେ କାଠ ଯୋଗାଇବେ ସମାଜସେବୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସହର ତଥା ଆଖପାଖ ଗ୍ରାମର ଅନେକ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନ୍ତିମ ସତ୍କାର ପାଇଁ ବରଗଡ଼ ଜୀରା ନଦୀ କୂଳରେ ଥିବା ସ୍ୱର୍ଗଦ୍ୱାର ଉପରେ ନିର୍ଭର କରିଥାନ୍ତି । ହେଲେ ଏଠାରେ ଅନେକ ଦିନରୁ ଶବଦାହ ପାଇଁ କାଠର ଅଭାବ ଦେଖିବାକୁ ମିଳିଥିଲା । ଅନେକ ଅନୁଷ୍ଠାନ ବ୍ୟକ୍ତି ବିଶେଷ କାଠର ଆବଶ୍ୟକତାକୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ସମାଜସେବୀ ଦିଲ୍ଲୀପ ସାୱଡିଆ ହୃଦୟଙ୍ଗମ କରିଥିଲେ । ଏବେ ଏହାର ସମାଧାନ ପାଇଁ ଆଗକୁ ଆସିଛନ୍ତି ସମାଜସେବୀ ଦିଲ୍ଲୀପ ସାୱଡିଆ ଏବଂ ଅଜୟ ରେଖାନି । ଉଭୟେ ଆମକୁ ସୂଚନା ଦେଇ କହିଛନ୍ତି ଯେ, ବରଗଡ଼ ସହରରେ ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ପରେ ଶବଦାହ ପାଇଁ କାଠର ଆବଶ୍ୟକତା ପଡେ ତା’ହେଲେ ଦିଲ୍ଲୀପ ସାୱଡିଆ ୯୮୬୧୨ ୪୧୪୫୫ ତଥା ଅଜୟ ରେଖାନିଙ୍କ ୯୪୩୭୦୫୪୩୨୬ ମୋବାଇଲ ନମ୍ବରରେ ଯୋଗାଯୋଗ କରିପାରିବେ । ଏହି ମହତ କାର୍ଯ୍ୟରେ ବରଗଡ଼ ପୌର ପରିଷଦ ସହଯୋଗ କରିଥିବାରୁ ଶ୍ରୀ ସାଓ୍ବଡିଆ ଏବଂ ଶ୍ରୀ ରେଖାନି ପୌରାଧ୍ୟକ୍ଷାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । କାଠର ଆବଶ୍ୟକତା ସମୟରେ ସହଯୋଗ ପାଇଁ ଆଗେଇ ଆସିଥିବାରୁ ଉଭୟଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.

two × 5 =