pakka

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଏକାଦଶ ଦିବସ

bbehera
  • ପ୍ରୋଗ୍ରେସିଭ କ୍ଲବ, ମହିପୁର, ଖୁଣ୍ଟସମଲେଇ ଓ ଜିଏସ୍‌ପି ଟିଟିଲାଗଡ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ଜରାସିଂହା ପଡିଆରେ ମହିପୁର ୨-୧ ଗୋଲରେ ହାତିସରାକୁ ହରାଇ ଗ୍ରୁପ ଚମ୍ପିୟାନ ହୋଇଛି । କ୍ରୀଡା ସଂସଦର ଟୁର୍ଣ୍ଣାମେଣ୍ଟ ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ଓ ବରିଷ୍ଠ ସଦସ୍ୟ ଡା. ସିଦେ୍ଧଶ୍ୱର ମିଶ୍ରଙ୍କ ଉପସ୍ଥିତିରେ ଅତିଥି ଭାବରେ ଦେଓଗାଁ ବିଡିଓ ରାମଦତ୍ତ ଭୋଇ, ତହସିଲଦାର ଯୁଗଲ କିଶୋର ବିଶ୍ୱାଲ ଓ ଦେଓଗାଁ ସିଏଚ୍‌ସି ଡା. ଚିତ୍ତ ରଂଜନ ମିଶ୍ର ଯୋଗ ଦେଇଥିଲେ । ରେଫରି ଭାବରେ ସଞ୍ଜନ କୁଦେଇ, କୁନ୍ତେ ମେହେର, ଶ୍ରୀବତ୍ସ ମେହେର ଓ ପ୍ରଶାନ୍ତ ଥନାପତି ଖେଳ ପରିଚାଳନା କରିଥିଲେ । ମିଶନ ପଡିଆରେ ପ୍ରୋଗ୍ରେସିଭ୍‌ କ୍ଲବ ଟ୍ରାଏବ୍ରେକର ସଡନ ଡେଥ୍‌ରେ କାଲସାଏପାଲିକୁ ହରାଇ ଗ୍ରୁପ ଚମ୍ପିିୟାନ ହୋଇଛି । ଅତିଥି ଭାବେ କ୍ରୀଡା ସଂସଦର ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଶତୃଘନ ସିଂ, ଅଜିତ କୁମାର ସାହୁ, ଦ୍ୱାରିକା ପ୍ରସାଦ ପଣ୍ଡା, ପୂର୍ବତନ ବିଧାୟକ ରମାକାନ୍ତ ସେଠ, ସଦାନନ୍ଦ ନାଏକ, ସୁବୋଧ କୁମାର ବାଗ, ମନୋଜକାନ୍ତ ନାଗ, ହୁସେନ ନାଗ ଓ ଅଜିତ କୁମାର ପାଲ ଯୋଗ ଦେଇଥିଲେ । ରେଫରି ଭାବେ ସୁଶାନ୍ତ କୁମାର ନାଗ, ନରସିଂସ୍ୱାମୀ ନାଇଡୁ, ଅବଦୁଲ ମୁଜିବ ଓ ସୁଦୟ ବାରିକ ଖେଳ ପରିଚାଳନା କରିଥିଲେ । ପାଟଣାଗଡ ପଡିଆରେ ଅନୁଷ୍ଠିତ ଖେଳରେ ଖୁଣ୍ଟସମଲେଇ ଟ୍ରାଇବ୍ରେକର ୪-୨ ଗୋଲରେ ତେନ୍ତୁଳିମୁଣ୍ଡାକୁ ହରାଇ ଗ୍ରୁପ ଚମ୍ପିୟାନ ହୋଇଛି । ଅତିଥି ଭାବରେ ନବଦୁର୍ଗା କମିଟିର ସଦସ୍ୟ ମୁରଲିଧର ଷଡଙ୍ଗୀ, ସହଦେବ ପୁରୋହିତ ଓ ନିରଞ୍ଜନ ପୁରୋହିତ ଯୋଗ ଦେଇଥିଲେ । ରେଫରି ଭାବେ ରାଜେନ୍ଦ୍ର ସେଠ, ରାଜେନ୍ଦ୍ର ଧରୁଆ, ବିକି ବିଶି ଓ ତ୍ରିନାଥ ଚନ୍ଦନ ଖେଳ ପରିଚାଳନା କରିଥିଲେ । ତୁର୍ଲା (ଟିଟିଲାଗଡ) ପଡିଆରେ ଜିଏସ୍‌ପି ଟିଟିଲାଗଡ ୩-୦ ଗୋଲରେ ସିହିନିକୁ ହରାଇ ଗ୍ରୁପ ଚମ୍ପିୟାନ ହୋଇଛି । ଅତିଥି ଭାବେ ପୂର୍ବତନ ସରପଂଚ ଲଳିତା ସାହୁ, ନବୀନ ଜୈନ, ଅନ୍ତ ଖର୍ସେଲ ଓ ନିରାକାର ସୁନାନି ଯୋଗ ଦେଇଥିଲେ । ରେଫରି ଭାବେ ମୋହନ ପ୍ରଧାନୀ, ମଳୟ ଘିଭେଲା, ରାଜେଶ ସ୍ୱାଇଁ ଓ ବୈଷ୍ଣବ କବାଟ ପରିଚାଳନା କରିଥିଲେ । ୧୫ ତାରିଖ ଗୁରୁବାର ଦିନ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ସୁପର ନକ୍‌ ଆଉଟ ଖେଳ ସାଇଟ ସ୍ପୋର୍ଟ୍ସ ସୋସାଇଟି ସଦାଇପାଲି ବନାମ ଧଣ୍ଡାମୁଣ୍ଡା ମଧ୍ୟରେ ହେବ ବୋଲି ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

15 − 8 =