oom

ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ନୂଆ ପ୍ରଧାନ ଶିକ୍ଷକ ଭାବେ ଉମେଶ ଚନ୍ଦ୍ର ଦାଶ ଯୋଗଦାନ କରିଛନ୍ତି । ବହୁ ଦିନ ହେଲା ପ୍ରଧାନ ଶିକ୍ଷକ/ଅନ୍ୟାନ ଶିକ୍ଷକ ଅଭାବୀ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଜଣେ ସ୍ଥାୟୀ ପ୍ରଧାନ ଶିକ୍ଷକ ରୂପେ ଶ୍ରୀ ଦାଶଙ୍କୁ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ପାଇଛନ୍ତି । ସେଥିପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟ ଏସ୍‌ଏମ୍‌ସି ସଭ୍ୟ ସଭ୍ୟା, ଶିକ୍ଷକ ଶିକ୍ଷୟତ୍ରୀଙ୍କ ମହଲରେ ଖୁସିର ଲହରୀ ଦେଖାଦେଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଉତ୍ସବରେ ନବନିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଉତ୍ତରୀୟ ଓ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଉତ୍ସବରେ ସ୍ଥାନୀୟ ସିଆରସିସି ତପନ କୁମାର ମଲ୍ଲିକ ବିଦ୍ୟାଳୟର ପ୍ରାକ୍ତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ବରାଳ, ହିନ୍ଦୀ ଶିକ୍ଷକ ସୁରେନ୍ଦ୍ରନାଥ ସେଠି, ଶିକ୍ଷକ ଚିତ୍ତରଞ୍ଜନ ରାଉତରାୟ, ଶାରୀରିକ ଶିକ୍ଷକ ସହଦେବ ମଲ୍ଲିକ, ରାଜେଶ କୁମାର ପ୍ରଧାନ, ଶିକ୍ଷୟତ୍ରୀ ସୁରଭି ପ୍ରଧାନ, କୁନ୍ତଳା ବିଶ୍ବାଳ, ଶ୍ରଦ୍ଧାଞ୍ଜଳି ଜେନା, ମମତା ବେହେରା, ପ୍ରିୟଦର୍ଶିନୀ ମଲ୍ଲିକ, କିରାଣି ସୁରେଶ କୁମାର ରାଉଳ, ପିଅନ ନୀଲମ୍ବର ନାୟକ ବିଦ୍ୟାଳୟ ପରିଚାଳନା କମିଟିର ଉପାଧ୍ୟକ୍ଷ ଗିତାରାଣି ରଣଜିତ ଓ ଅଧ୍ୟକ୍ଷ ବିରେନ୍ଦ୍ର କୁମାର ରଣଜିତ ପ୍ରମୁଖଙ୍କ ସମେତ ଛାତ୍ରଛାତ୍ରୀ, ଅଭିଭାବକ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.