csstore

ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ସ୍ୱଚ୍ଛତା ପାଖୁଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହାଟ ଡେଲାଙ୍ଗରେ ଥିବା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ସ୍ୱଚ୍ଛତା ପାଖୁଡ଼ା କାର୍ଯ୍ୟକ୍ରମ ଆଜିକୁ ୧୪ ଦିନ ଧରି ଚାଲିଥିବା ବେଳେ ଆଜି ହାଟ ବଜାରରେ ବିଭିନ୍ନ ସ୍ଥାନକୁ ସଫା କରିବା ସହିତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ବିଦ୍ୟାଳୟର ବାଳିକା ମାନେ ହାତରେ ଗ୍ଲୋବସ୍ ଲଗାଇ ବିଭିନ୍ନ ସ୍ଥାନରୁ ଅଳିଆ ଆବର୍ଜନାକୁ ଉଠାଇ ଏକାଠି କରି ତାକୁ ପୋଡ଼ି ନଷ୍ଟ କରୁଥିବା ଦେଖିବାକୁ ମିଳିଥିଲା । ଅପର ପକ୍ଷରେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗଦାନ କରି ବାଳିକା ମାନଙ୍କୁ ଗାଇଡ଼ି କରି ବଜାର ପରିକ୍ରମା କରାଉଥିବା ବେଳେ କିଛି ଶିକ୍ଷକ ଓ ଶିକ୍ଷୟିତ୍ରୀ ସମେତ ସ୍କୁଲର ଚ୍ୟାର୍ ମ୍ୟାନ୍ ଗ୍ୟାନରଞ୍ଜନ ବାହିନୀ ପତି ପ୍ରମୁଖ ପିଲାମାନଙ୍କ ସହିତ ମିଶି ଅଳିଆ ଆବର୍ଜ୍ଜନାକୁ ଉଠାଉଥିବା ମଧ୍ୟ ଦେବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମଟି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା । ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ରହିଥିଲେ ପ୍ରସାନ୍ତ କୁମାର ବିଶ୍ୱାଳ, ମୀନା ମଙ୍ଗରାଜ, ବିଜୟୀ ଲକ୍ଷ୍ମୀ ଛାଟୋଇ, ଲିନା ରାଣୀ ସ୍ୱାଇଁ, କାଦମ୍ବିନୀ ସାହୁ, ଶେ୍ଵତା ମିଶ୍ର, ଶୁବାସ ଚନ୍ଦ୍ର ବେହେରା, ଝରଣା ଦାଶ, ସୁମିତ୍ରା ରାଉତରାୟ, ଯୋତି ରଞ୍ଜନ ନାଥ, ଲଳିତ ମୋହନ ଜେନା, ସୁକାନ୍ତ କୁମାର ଦାଶ, ମାନସ ଚନ୍ଦ୍ର ବଡ଼ଜେନା ପ୍ରମୁଖ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।

jayashree
Leave A Reply

Your email address will not be published.