oom

ମା’ ମଙ୍ଗଳା ଠାକୁରାଣୀଙ୍କ ଦଶହରା ପୂଜା କମିଟି ଗଠିତ

jsmm

ସମ୍ବଲପୁର : ସମ୍ବଲପୁରର ବଡବଜାର ସ୍ଥିତ ରାଧାମାଧବ ମନ୍ଦିର ପ୍ରାଙ୍ଗଣରେ ମା’ ମଙ୍ଗଳା ଠାକୁରାଣୀଙ୍କ ଦଶହରା ପୂଜା ଉପଲକ୍ଷେ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି । ରବିବାର ଆୟୋଜିତ ଏହି ସଭାରେ ଚଳିତ ବର୍ଷର ପୂଜା ପାଇଁ ନୂତନ କମିଟି ଗଠନ କରାଯାଇଛି । ସର୍ବସମ୍ମତି କ୍ରମେ ସଭାପତି ରୂପେ ଚନ୍ଦ୍ର ମେହେର, ଉପ ସଭାପତି ରାକେଶ କୁମାର ପଟ୍ଟନାୟକ, ହେମକାନ୍ତ ରାଉତ, ସମ୍ପାଦକ ସଞ୍ଜୀବ ମେହେର, ସହ ସମ୍ପାଦକ ଦିଲୀପ ସାହୁ, ସୁମନ୍ତ ବାଗ, କୋଷାଧ୍ୟକ୍ଷ ରାଜେଶ ଚୌଧୁରୀ, ସହ କୋଷାଧ୍ୟକ ନିତ୍ୟାନନ୍ଦ ଦେବାଙ୍ଗନ, ମଧୁ ବାଗ, ସାଙ୍ଗଠନିକ ସମ୍ପାଦକ ନବୀନ ବାଗ, ସହ ସାଙ୍ଗଠନିକ ସମ୍ପାଦକ ବିକାଶ କୁଷ୍ଠା, ସାଂସ୍କୃତିକ କମିଟି ପ୍ରଫୁଲ୍ଲ ଲାଲ ଅଗ୍ରୱାଲ, ଭଜନ ତରିଆ, ରିଙ୍କୁ ମେହେର, କାର୍ଯ୍ୟକାରୀ କମିଟି ରାଧାକାନ୍ତ ମେହେର, ଶେଷଦେବ ମିଶ୍ର, ନେପାଳ ନାଏକ, ଲୋକନାଥ ରାଉତ, ବରୁଣ ମେହେର, ଉପଦେଷ୍ଟା ମଣ୍ଡଳୀରେ ଦୁର୍ଗା ପ୍ରସାଦ ଦେହେରୀ, ରାମଚନ୍ଦ୍ର ମେହେର, ରଜନୀକାନ୍ତ ମେହେରଙ୍କୁ କମିଟିରେ ସାମିଲ କରାଯାଇଛି । ଦଶହରା ପୂଜା ପାଇଁ ଆସନ୍ତା ୨୬ ତାରିଖ ସୋମବାରରେ କଳସ ଯାତ୍ରା ସହିତ ଆରମ୍ଭ ଏହି ଧାର୍ମିକ କାର୍ଯ୍ୟକ୍ରମରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ସମେତ ଗୋଲେଇବାଡି କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

jittmm
Leave A Reply

Your email address will not be published.