jsm

ଭାରତ ସରକାରଙ୍କ ସଦ୍ୟ ଶ୍ରମିକ ନୀତିକୁ ବିରୋଧ ଜଣାଇଲା ଭାରତୀୟ ମଜଦୁର ସଂଘ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭାରତୀୟ ମଜଦୁର ସଂଘ ବଲାଙ୍ଗିର ଶାଖା ତରଫରୁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ସମବେତ ହୋଇ ଭାରତ ସରକାରଙ୍କ ସଦ୍ୟ ଶ୍ରମିକ ନୀତିକୁ ବିରୋଧ କରିଛି । ଏହା ସହିତ ଭାରତ ସରକାରଙ୍କ ଶ୍ରମିକ ମାରଣ ନୀତି ଅତିଶୀଘ୍ର ପ୍ରତ୍ୟାହାର କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ଅନଙ୍ଗ କୁମାର ଠାକୁରଙ୍କ ନେତୃତ୍ୱରେ ରାଜ୍ୟ ସାଧାରଣ ସଂପାଦକ ଅରୁଣ କୁମାର ସାହୁ, ଜିଲ୍ଲା ସାଧାରଣ ସଂପାଦକ ଶିବନାରାୟଣ ପୁରୋହିତ, ଜିଲ୍ଲା ମିଡିଆ ସେଲ ତଥା ଖାଉଟି କଲ୍ୟାଣ ମଂଚର ସଭାପତି ଗୋପବନ୍ଧୁ ଶତପଥି ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଜିଲ୍ଲାପାଳଙ୍କ ପାଖରେ ଦାବୀପତ୍ର ଉପସ୍ଥାପନ କରିଥିଲେ । ଆହୁରି ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପରେ ଭାରତୀୟ ମଜଦୁର ସଂଘର କର୍ମକର୍ତ୍ତାମାନଙ୍କୁ ହତ୍ୟା କରି ଶ୍ରମିକ ଦମନ ନୀତି ଅବଲମ୍ବନ କରୁଥିବାରୁ ଏହାର ତୀବ୍ର ପ୍ରତିବାଦ କରି ଆଇନଗତ ପଦକ୍ଷେପ ନେବା ପାଇଁ ଦାବୀ କରିଥିଲେ । ଏହି ବିରୋଧ ପ୍ରଦର୍ଶନ ତଥା ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଆଶା ସାଥୀ ଓ ଅନ୍ୟାନ୍ୟ ମଜଦୁର ସଂଘ ଓ ଅଲ୍‌ ଓଡିଶା ଅଙ୍ଗନୱାଡି କର୍ମୀ ତଥା ସଂଘ କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ ।

yuvodaya
Leave A Reply

Your email address will not be published.