jsm

ଭଗବାନ ବାମନ ମହାପ୍ରଭୁଙ୍କର ଜନ୍ମୋତ୍ସବ ପାଳିତ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ସଭାପତି ଗିରିଧାରୀ ଶତପଥିଙ୍କ ସଭାପତିତ୍ୱରେ ଭଗବାନ ବାମନ ମହାପ୍ରଭୁଙ୍କର ଜନ୍ମୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଜନ୍ମୋତ୍ସବରେ ପଣ୍ଡିତ ଲକ୍ଷ୍ମୀ ଚନ୍ଦ ଏବଂ ପୂଜକ ଗୋବର୍ଦ୍ଧନ ଶତପଥିଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଛି । ପୂଜା ପରେ ପଣ୍ଡିତ ଗିରିଧାରୀ ଶତପଥିଙ୍କ ଦ୍ୱାରା ଭଗବାନ ବାମନଙ୍କ ଜନ୍ମ ସମ୍ବନ୍ଧରେ ଭକ୍ତମାନଙ୍କୁ ପ୍ରବଚନ ଦେଇଥିଲେ ଏବଂ ନାମ ସଂର୍କୀତ୍ତନ କରାଯାଇଥିଲା । ଏହା ପରେ ଭକ୍ତମାନଙ୍କ ଦ୍ୱାରା ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ସଭାରେ ସର୍ବ ସମ୍ମତିକ୍ରମେ ଆସନ୍ତା ୨୦.୦୯.୨୨ ଦିନ ସାମୁହିକ ତିଳତର୍ପଣ କାର୍ଯ୍ୟ କରାଯିବାକୁ ପ୍ରସ୍ତାବ ଗୃହିତ କରାଯାଇଥିଲା । ଏହି ମହୋତ୍ସବରେ ବ୍ରାହ୍ମଣ ମହାସଭାର ପୂର୍ବତନ ସଭାପତି ଏବଂ ଅଧ୍ୟକ୍ଷ ନିଳମଣି ମିଶ୍ର ଏବଂ ସତ୍ୟବନ୍ତ ବେଦବାକ, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ଉପସଭାପତି ଗୋପବନ୍ଧୁ ପୁରୋହିତ, ଜୟରାମ ମିଶ୍ର, ସହସଂପାଦକ ପୁରୁଷୋତ୍ତମ ପଣ୍ଡା, ମନୋରଂଜନ ମିଶ୍ର, ଦୁର୍ଗା ପ୍ରସାଦ ହୋତା, ରାମ ଶଙ୍କର ଶତପଥି, ବନମାଲି ନନ୍ଦ, ଜଗନ୍ନାଥ ଷଡଙ୍ଗୀ, ପ୍ରଭୁଦତ୍ତ ଶତପଥି ଏବଂ ଶ୍ରୀପତି ପୁରୋହିତ ପ୍ରମୁଖ ଉପସ୍ଥିତ ଥାଇ ଏହି ପୂଜାର୍ଚ୍ଚନାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.