jsm

ଶିକାଛିଡାରେ ନୂଆଁଖାଇ ଭେଟ୍‌ଘାଟ୍‌

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ଶିକାଛିଡା ଗ୍ରାମରେ ଗଣପତି କଳା ପରିଷଦ ଆନୁକୂଲ୍ୟରେ ନୂଆଁଖାଇ ଭେଟ୍‌ଘାଟ୍‌ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସାଂସ୍କୃତିକ ସମାରୋହର ପ୍ରାରମ୍ଭିକ ସଭାକୁ ସଂଯୋଜନା କରିଥିଲେ ଓଡିଆ ଅଧ୍ୟାପକ ରତିକାନ୍ତ ନାଏକ । ସର୍ବ ପ୍ରଥମେ ଶତୃଘ୍ନ ବେହେରା ଓ ସାଥୀଙ୍କ ଦ୍ୱାରା ରାବଣ ଦରବାର ପରିବେଷଣ କରିଥିଲା ଏବଂ ପରବର୍ତ୍ତୀ ସମୟରେ ବିଶିଷ୍ଟ କୋଶଲି କବି ପଦ୍ମଶ୍ରୀ ହଳଧର ନାଗ କବିତା ପାଠ କରିଥିଲେ । ସାଂସ୍କୃତିକ ସମାରୋହରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ବ୍ୟାସଦେବ ପୁରୋହିତ, ଜିତୁ କୁମ୍ଭାର, ଅଞ୍ଜନ କୁମାର, ଦିଲିପ ଦୀପ, ଅର୍ଚ୍ଚନା ପାଢୀ, ବିନୟ ସୁନା, ସସ୍ମିତା ଦୀପ ଓ ସାନ ବଡ (ଘୁଡକା) ନିଜର ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଲୋକ କବି ପଦ୍ମଶ୍ରୀ ହଳଧର ନାଗ, ଡା. ଶଙ୍କର ରାମ ଚନ୍ଦାନୀ (ସମାଜସେବା), କଣ୍ଠଶିଳ୍ପୀ ବ୍ୟାସଦେବ ପୁରୋହିତ, କଣ୍ଠଶିଳ୍ପୀ ଜିତୁ କୁମ୍ଭାର, ସ୍ୱେଚ୍ଛାସେବୀ ସଂଗଠନ, ବଲାଙ୍ଗିର (ସମାଜସେବା), ନାଟ୍ୟ କଳାକାର ଶତୃଘ୍ନ ବେହେରା, ସାନ ବଡ ଘୁଡକା, ବିନୋଦ କୁମାର କାଲସାଏ (ସମାଜସେବା) ଓ ଗୁପ୍ତେଶ୍ୱର ପୃଷ୍ଟି (ସାମ୍ବାଦିକତା)ଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ସମ୍ମାନୀତ ଅତିଥି ଭାବରେ ବଲାଙ୍ଗିର ପୌରପାଳିକା ଅଧ୍ୟକ୍ଷା ଲିକା ସାହୁ, ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ବଲାଙ୍ଗିର ବ୍ଲକ ଉପଅଧ୍ୟକ୍ଷ ପୁଷ୍ପାଞ୍ଜଳି ହୋତା, ଶିକାଛିଡା ଗ୍ରା.ପ.ର ସରପଂଚ କ୍ଷୀରେନ୍ଦ୍ରୀ ଶତପଥି, ଶିକାଛିଡା ଗ୍ରା.ପ. ର ସମିତି ସଭ୍ୟା ବିନିତା ପଧାନ, ବରିଷ୍ଠ ବିଜେପି ନେତା ଅମିତ ସିଂ ନିନା, ସମାଜସେବୀ ସନ୍ଦିପ ବାଗ, କୁଡାସିଂହା ସରପଂଚ ଜ୍ୟୋସ୍ନାରାଣୀ ସାହୁ ଉପସ୍ଥିତ ହୋଇ କଳାକାରଙ୍କୁ ସମ୍ମାନୀତ କରିଥିଲେ । ଅର୍ଜୁନ କୁମାର ସାହୁ, ବିରେନ୍ଦ୍ର ପାଣ୍ଡେ ଓ ମାନସୀ ସାହୁ ମଂଚ ସଂଚାଳନ ଦାୟିତ୍ୱ ତୁଳାଇଥିଲେ । ପରିଷଦର ସଂପାଦକ ରମାକାନ୍ତ ନାଏକ, ସଭାପତି ଆଦିକନ୍ଦ ବଗର୍ତ୍ତି, ଅଟଳ ବିହାରି ବିଶି ଓ ସୀତାକାନ୍ତ ନାଏକ ଏବଂ ଅନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟ ବିଭିନ୍ନ କାର୍ଯ୍ୟରେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ ।

yuvodaya
Leave A Reply

Your email address will not be published.