csstore

ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘର ଧାରଣା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଶାଖା ଦ୍ୱାରା ସର୍ବ ଭାରତୀୟ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ୱାନରେ ସଂଘ ତରଫରୁ ସେପ୍ଟେମ୍ବର ୧ ତାରିଖଠାରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଧାରଣା କାର୍ଯ୍ୟକ୍ରମ ଚାଲୁ ରହିଛି । ବିମାଧାରୀ ଓ ଏଜେଣ୍ଟ ମାନଙ୍କର ବିଭିନ୍ନ ପ୍ରକାରର ସମସ୍ୟାକୁ ଜୀବନ ବୀମା ନିଗମ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଉପସ୍ଥାପନ କରିବା ସତ୍ୱେ କର୍ତ୍ତୃପକ୍ଷ କର୍ଣ୍ଣପାତ ନ କରିବାରୁ ସଙ୍ଘ ଧାରଣା ପାଇଁ ନିଷ୍ପତ୍ତି ନେଇଛନ୍ତି । ବିମାଧାରୀଙ୍କ ପଲିସି ଉପରେ ବୋନସ ହାର ବୃଦ୍ଧି, ପଲିସି ଉପରେ ଋଣ ସୁଧହାର ହ୍ରାସ, ପଲିସି ଉପରେ ଜିଏସ୍‌ଟି ଉଛେଦ, ଏକ କାଳୀନ କେୱାଇସି ବ୍ୟବସ୍ଥା ଏବଂ ଦେଶ ବ୍ୟାପୀ କାର୍ଯ୍ୟ କରୁଥିବା ୧୩ ଲକ୍ଷ ଅଭିକର୍ତ୍ତାଙ୍କ ଗ୍ରାଚୁଇଟି ବୃଦ୍ଧି, ଅଭିକର୍ତ୍ତାଙ୍କ ପରିବାର ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନା, ପିଲା ମାନଙ୍କ ପାଠପଢା ନିମନ୍ତେ ଋଣ ବ୍ୟବସ୍ଥା ଆଦି ପାଇଁ ସଙ୍ଘ ତରଫରୁ ଦାବି କରାଯାଇଛି । ଉକ୍ତ ଆନ୍ଦୋଳନ ଦେଶ ବ୍ୟାପୀ ୨୦୪୮ ଶାଖା କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ୫ଶତ ଉପଶାଖାମାନଙ୍କରେ ଜାରି ରହିଛି । ଭାରତୀୟ ଜୀବନ ବୀମା ନିଗମର, ସେକ୍ଟର -୧୯ ସ୍ଥିତ ରାଉରକେଲା ଶାଖା ପ୍ରାଙ୍ଗଣରେ, ଶାଖା ଅଭିକର୍ତ୍ତା ସଂଘର ସଭାପତି ସୁବ୍ରତ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବ ମଧ୍ୟ କ୍ଷେତ୍ରୀୟ ପରିଷଦ, ପାଟନାର ଅଭିକର୍ତା ସଙ୍ଘର ସମ୍ପାଦକ ସରୋଜ କୁମାର ସଂଖୁଆ, ପୂର୍ବତନ ଖେତ୍ରୀୟ ସଭାପତି ପ୍ରଫୁଲ୍ଲ କୁମାର ପାଢୀ ଓ ଶତାଧିକ ଏଜେଣ୍ଟ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

jayashree
Leave A Reply

Your email address will not be published.