csstore

ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

କଳାହାଣ୍ଡି, (ସୁରଥ ହେର୍ଣ୍ଣା ଯାଦବ) : ଆଜି କଳାହାଣ୍ଡି ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ସଭାପତି ଶାନ୍ତନୁ କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଜିଲ୍ଲା ସମ୍ପାଦକ ସେବକରାମ ସାହୁ, ବିଭାଗ ସଙ୍ଗଠନ ମନ୍ତ୍ରୀ ସତ୍ୟନାରାୟଣ ଥନାପତି, ବଜରଙ୍ଗ ଦଳ ଜିଲ୍କା ସଂଯୋଜକ ଅଶ୍ୱିନ କୁମାର ଚନ୍ଦନ, ନଗର ସଂଯୋଜକ ଅନୀଲ ସାହୁ, ଜିଲ୍ଲା ମିଳନ କେନ୍ଦ୍ର ପ୍ରମୁଖ ଶ୍ରୀମନ୍ତ ପଟେଲ, ସଦସ୍ୟ ସାଗର ବଗର୍ତ୍ତୀ, ହିମାଂଶୁ ମାହାର ପ୍ରମୁଖ ସହଯୋଗ କରିଥିଲେ । ଏଚଡିଏଫସି ବ୍ୟାଙ୍କ ମ୍ୟାନେଜର ବାଳକୃଷ୍ଣ ପଣ୍ଡା, ଆରଏସଏସ.ର ପ୍ରାନ୍ତ ସହ ବୌଦ୍ଧିକ ଅରୁଣ ନାଏକ ପ୍ରମୁଖ ଯୋଗ ଦେଇଥିଲେ । କୋଭିଡ -୧୯ ସମ୍ପର୍କିତ ସମସ୍ତ ନିୟମ ପାଳନ ସହିତ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.