ମିଳୁନି ଭତ୍ତା, ସରକାରୀ ଆବାସ : ପ୍ରଶାସନର ଦ୍ୱାରସ୍ଥ ହୋଇ ହୋଇ ଥକି ଗଲେଣି ବୃଦ୍ଧ ଦମ୍ପତ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ପ୍ରଶାସନକୁ ଗୁହାରୀ କରି କରି ଥକି ଗଲେଣି । ତଥାପି ମିଳୁନି ଭତ୍ତା କି ସରକାରୀ ଆବାସ । ଏଭଳି ଏକ ଖବର ମିଳିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବେଲଗାଁ ଗ୍ରାମ ପଚାଂୟତର ମିର୍ଚାମୁଣ୍ଡା ଗାଁରୁ । ସୂଚନା ଅନୁସାରେ ବେଲଗାଁ ଗ୍ରାମ ପଚାଂୟତ ଅଧୀନସ୍ଥ ମିର୍ଚାମୁଣ୍ଡା ଗାଁର ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଜଗନ୍ନାଥ ପ୍ରସାଦ ଏବଂ ବାସମତୀ ପ୍ରସାଦ ଖୁବ୍‌ ଅସୁବିଧାରେ ଚଳୁଥିବା ହେତୁ ଭତ୍ତା ପାଇଁ ବହୁବାର ପ୍ରଶାସନ ପାଖକୁ ଯାଇ ଦରଖାସ୍ତ ଦେଇ ଆସିଲେଣି । ହେଲେ କିଛି କାମକୁ ଆସୁନି । ଠିକ୍‌ ସେହିପରି ସରକାରୀ ଘର ଖଣ୍ଡିଏ ପାଇଁ ମଧ୍ୟ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ବହୁବାର ପ୍ରଶାସନକୁ ଗୁହାରି କରି ଥକି ଗଲେଣି । ବର୍ତ୍ତମାନ ସେମାନଙ୍କ ପାଇଁ ପେଟକୁ ଭାତ ମୁଠେ ଯୋଗାଡ଼ କରିବା କଷ୍ଟକର ବିଷୟ ପାଲଟଥିବା ସ୍ଥାନୀୟ ଲୋକେ କୁହନ୍ତି । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି, କେବେ ଏମାନଙ୍କ ପ୍ରତି ପ୍ରଶାସନର ଦୃଷ୍ଟି ପଡିବ !

Leave A Reply

Your email address will not be published.