csstore

ଚଚରାଭଟାରେ ଦାଦନ ଶ୍ରମିକ ଅଧିକାର ଓ ଶ୍ରମ କାର୍ଡ ପଞ୍ଜିକରଣ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକର ଚଚରାଭଟା ଗ୍ରାମରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଖପ୍ରାଖୋଲର ନେତୃତ୍ୱରେ ଦାଦନ ଶ୍ରମିକମାନଙ୍କ ସଚେତନତା ପାଇଁ ଏକ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ବ୍ଲକ ଡ଼. ସୁଜିତ କୁମାର ଶତପଥୀ ଅଧ୍ୟକ୍ଷତା କରି ଦାଦନ ଶ୍ରମିକମାନଙ୍କୁ ସରକାରୀ ଯୋଜନା, ଶ୍ରମ ଆଇନ୍, ମାନବାଧିକାର ନିୟମାବଳି, ସ୍ଵେଚ୍ଛାକୃତ ପଞ୍ଜିକରଣ ତଥା ଶ୍ରମ କାର୍ଡ ତିଆରି, ନବୀକରଣ ତଥା ଜବ୍ କାର୍ଡ ତିଆରି ସମ୍ପର୍କରେ ସଚେତନ କରିଥିଲେ ଏବଂ ସରକାରଙ୍କ ଯୋଜନା ଗୁଡ଼ିକୁ ନିଜ ନିଜ ଭିଟା ମାଟିରେ ରହି ସଫଳ ରୂପାୟନ କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ କରାଇଥିଲେ । ଦାଦନ ଖଟିବାକୁ ବାହାର ରାଜ୍ୟକୁ ନ ଯାଇ ନିଜ ଗ୍ରାମରେ ରହି ଗ୍ରାମର ତଥା ନିଜ ନିଜର ଆର୍ଥିକ ଉନ୍ନତି କରିବା ଦିଗରେ ଡ଼ ଶତପଥୀ ସୂଚନା ଓ ପରାମର୍ଶ ପ୍ରଦାନ କରିଥିଲେ । ଉକ୍ତ ଶିବିରରେ ସମ୍ମାନିତ ଅତିଥି ଭାବରେ ଖପ୍ରାଖୋଲ ରେଞ୍ଜର ଗିରିଧାରୀ ନାଗ, ମିଶନ ଶକ୍ତି ବିପିସି ଲକ୍ଷ୍ମୀକାନ୍ତ ବିଶି, ପ୍ରାଣୀଧନ ନିରୀକ୍ଷକ ସୁରେଶ ସେଲମା, ଗଣେଶ ପ୍ରଧାନ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସମରେଶ ଭୋଇ ତଥା ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା, ୱାର୍ଡ ମେମ୍ବର ତଥା ଗ୍ରାମବାସୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.