pakka

ବୃତ୍ତି ଚୟନ ପାଇଁ ଶିଶୁ ଯତ୍ନ ଅନୁଷ୍ଠାନ ଅନ୍ତେବାସୀ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ବୁଲିଲେ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାରଙ୍କ ଅଗଷ୍ଟ ୧୫ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଆଜାଦୀ କା ଅମୃତ ମହୋତ୍ସବ ପାଳନ କ୍ରମରେ ଆଜି ଜିଲ୍ଲାରେ ଚାଲୁଥିବା ଶିଶୁ ଯତ୍ନ ଅନୁଷ୍ଠାନ ପାର୍ବତୀଗିରି ବାଳ ନିକେତନ, ପଥରଚେପା, ଗ୍ରାମ ମଙ୍ଗଳ ପାଠାଗାର, ସାଲେପାଲି, ଗୁରୁକୁଳ ସପ୍ତର୍ଷି ସେବାଶ୍ରମ ଦେଓଗାଁ ତଥା ଆଦୃତା ଶିଶୁ ଗୃହ, ଧୂମାମରା ଏବଂ ପୃଷ୍ଠପୋଷକତା ଆର୍ଥିକ ସହାୟତା ପାଉଥିବା ଶିଶୁଙ୍କର ଏକ ବୃତ୍ତି ଚୟନ କର୍ମଶାଳାକୁ ସନ୍ଥଲାଲ ଦୀପ ଡି.ସି.ପି.ଓ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି, ସଦସ୍ୟ ବିରଞ୍ଚି ବହିଦାର, ନନ୍ଦି କିଶୋର ଷାଣ୍ଢ ପ୍ରମୁଖ ତାଙ୍କର ପରାମର୍ଶ କ୍ରମେ ଧନ୍ଦାମୂଳକ ଶିକ୍ଷା କିଭଳି ଆଜିର ଯୁଗରେ ଶିଶୁ ଗୃହର ଅନ୍ତେବାସୀମାନଙ୍କୁ କିଭଳି ସ୍ୱାବଳମ୍ବୀ କରିପାରିବ ବୁଝାଇଥିଲେ । ଏହା ପରେ କର୍ମଶାଳାରେ ଯୋଗ ଦେଇଥିବା ସମସ୍ତ ଅନ୍ତେବାସୀଙ୍କୁ ଏକ୍ସପୋଜର ଭିଜିଟରେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ଗନ୍ଧମାର୍ଦ୍ଦନ ଆଇ.ଟି.ଆଇ, ସରକାରୀ ପଲିଟେକନିକକୁ ଡିସିପିୟୁର ଚୁଡାମଣି ପଣ୍ଡା, ସୁଧାଂଶୁ କୁମ୍ଭାର, ଅରୁଣ ଖୁଆସ ନେଇ ବୁଲାଇ ଦେଖାଇଥିଲେ । ଗନ୍ଧମାର୍ଦ୍ଦନ ଆଇଟିଆଇ ଓ ସରକାରୀ ଆଇଟିଆଇର ପ୍ରିନ୍ସିପାଲ ଦ୍ୱୟ ତଥା ସମସ୍ତ ଶିକ୍ଷକ ଗଣ ପ୍ରୋଜେକ୍ଟର ମାଧ୍ୟମରେ ସ୍କିଲ ଇଣ୍ଡିଆ ସଂପର୍କରେ ବୁଝାଇବା ସହ ସମସ୍ତ କର୍ମଶାଳାମାନଙ୍କୁ ନେଇ ଶିଶୁମାନଙ୍କୁ ଇଲେକ୍ଟ୍ରିକାଲ, ମୋଟର ଭେହିକଲ, ଫିଟର, ପ୍ଲମ୍ବର, ଡ୍ରେସ ମେକିଂ, କମ୍ପ୍ୟୁଟର ହାର୍ଡୱେର ଆଜି ପ୍ରାକ୍ଟିକାଲ କରି ବୁଝାଇଥିଲେ ଓ ତଦ୍ୱାରା ହେଉଥିବା କର୍ମନିଯୁକ୍ତି – ଆତ୍ମ ନିର୍ଭରଶିଳତା ସଂପର୍କରେ ବୁଝାଇଦେଇଥିଲେ । ଶିଶୁ ଗୃହମାନଙ୍କରୁ ସୁପରିଟେଣ୍ଡେଣ୍ଟ ସୁରେଶ ମହାକୁର, ମନେହର ବାଗ, ଗୃହମାତା, ନିବେଦିତା ସାମଲ, ପରାମର୍ଶଦାତା – ହେଜ୍‌ରିକ ତାଣ୍ଡି ଓ ପଲ୍ଲିଶ୍ରୀ ଦାଶ ପ୍ରମୁଖ ଶିଶୁମାନଙ୍କୁ ଦାୟିତ୍ୱରେ ନେବା ଆଣିବା କରିଥିଲେ । ବୃତ୍ତି ଚୟନ ପରାମର୍ଶ ଅଧିବେଶନ ସମୟରେ ପ୍ରାୟ ଶିଶୁମାନେ ଧନ୍ଦାମୂଳକ ଶିକ୍ଷା ଶିଶୁ ଗୃହର ଅନ୍ତେବାସୀମାନଙ୍କ ଭବିଷ୍ୟତ ନିର୍ମାଣରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ ।

jay balangir
Leave A Reply

Your email address will not be published.

two × two =

error: Content is protected !!