pakka

ଟିକ୍ରାପଡ଼ା ଗାନ୍ଧୀ ପାଠାଗାରରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡ଼ା ପୂଜା ମଣ୍ଡପ (ଗାନ୍ଧୀ ପାଠାଗାର)ରେ ଚଳିତ ବର୍ଷ ମା’ ଜଗତ ଜନନୀ ଦୂର୍ଗା ପୂଜା ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଆୟୋଜକ କମିଟିର ସଭାପତି ପ୍ରକାଶ ନେପାକ, ଉପସଭାପତି ସନ୍ତକ ବହିଦାର, ସମ୍ପାଦକ ପ୍ରଦୀପ ସାହୁ, କୋଷାଧ୍ୟକ୍ଷ ଜିତେନ୍ଦ୍ର ନାଗ ମନୋନୀତ ହୋଇଥିଲେ । କମିଟିର ସଭ୍ୟ ରୂପେ ଭଗବାନ ବଗର୍ତି, କୃଷ୍ଣ ପ୍ରସାଦ ମିଶ୍ର, ଜାସବୀର ସିଂ, ଚିତ୍ତରଞ୍ଜନ ସାହୁ, ଶିବେନ୍ଦ୍ର ସାହୁ, ରାଜେନ୍ଦ୍ର ପାଣି, ମାନା ଖାନ, ଟୁନା ହୋତା, ଋଆଜ ଖାନ, ଅଜୁ ପଣ୍ଡା, ସଂଗ୍ରାମ ବହିଦାର, ଟୁନୁ ସାହୁ, ବାବୁ ଶ୍ରୀଚନ୍ଦନ, ପ୍ରବୀଣ ଦର୍ଜୀ, ପ୍ରମୋଦ ସାହୁ ପ୍ରମୁଖ ସଭ୍ୟ ଅଛନ୍ତି । ବିଗତ ଦୁଇ ବର୍ଷ କରୋନା କଟକଣାରେ ପୂଜା ହୋଇଥିବା ବେଳେ ଚଳିତ ବର୍ଷ ମହାଆଡମ୍ବରରେ ପୂଜା କରିବା ପାଇଁ ମତପ୍ରକାଶ ପାଇଥିଲା । ବରିଷ୍ଠ ସଭ୍ୟ ନୀଳମଣି ମିଶ୍ର, ଅଶୋକ ଚାନ୍ଦ, ଅନୁ ବେହେରା, ରାଜେନ୍ଦ୍ର ମିଶ୍ର, ବନମାଳୀ ମିଶ୍ର ଦୂର୍ଗା ପୂଜାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ମତ ଦେଇଥିଲେ । ପାର୍ବଣ ଋତୁ ତଥା କାର୍ତ୍ତିକ, ମାର୍ଗଶିର ମାସ ଥିବା ବେଳେ ବଲାଙ୍ଗିର ପୌର ପରିଷଦ ରାଣୀବନ୍ଧ ହୁଡ଼ାରେ ଆବର୍ଜନା ଜମା କରି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଥିବାରୁ ଆସନ୍ତା ତିନି ଦିନ ଭିତରେ ରାଣୀବନ୍ଧର ସମସ୍ତ ରାସ୍ତା, ଗାଧୁଆ ତୁଠ, ବନ୍ଧ ହୁଡ଼ା ସଫା ନ କଲେ ପୌର ପରିଷଦ ଘେରାଓ କରିବା ସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ଏବଂ ଏହି ଅଂଚଳର ଜନସାଧାରଣ ଆନ୍ଦୋଳନାତ୍ମକ ଭୂମିକା ଗ୍ରହଣ କରାଯିବାକୁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ନୂତନ ଭାବେ ନିର୍ମିତ ସୁଲଭ ଶୌଚାଳୟ ରାଣୀବନ୍ଧ ତଥା ଜନସାଧାରଣ ରାସ୍ତା ଉପରେ ଦୁର୍ଗନ୍ଧମୟ ନର୍ଦ୍ଦମା ପାଣି ଛାଡୁଥିବାରୁ ମଧ୍ୟ ଉଦ୍‌ବେଗ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ଏହି ଅଂଚଳର ନିବାସୀଙ୍କୁ ଏକଜୁଟ କରି ପ୍ରଶାସନକୁ ଜଣାଇବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଗଲା । ପାଠାଗାର ସଭ୍ୟ ଅନିଷ ସାହୁ, ବିଧୁ ଭୂଷଣ ତ୍ରିପାଠୀ, ପ୍ରମୋଦ ପ୍ରଧାନ, ଦିଲୀପ ସାହୁ, ନେପାଳ ମହାରଣା, ବିଶ୍ୱଜିତ ସାହୁ, ଧ୍ରୁବ ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଷେଶରେ ପାଠାଗାର ସଂପାଦକ ପ୍ରଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

4 × 5 =

error: Content is protected !!