csstore

ବଙ୍ଗୋମୁଣ୍ଡାରେ ସାଂସ୍କୃତିକ ଅନୁଷ୍ଠାନ ଗଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ କୁମାର ଯୋଶୀଙ୍କ ଆହ୍ୱାନ କ୍ରମେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଙ୍ଗୋମୁଣ୍ଡାର ବିଭିନ୍ନ ଜନସାଧାରଣ ଉପସ୍ଥିତ ରହି ଅନେକ ବିଚାର ବିମର୍ଷ କରି ଏକ ଅନୁଷ୍ଠାନ ଗଠନ ଉପରେ ଗୁରୁତ୍ୱ ଦେଇଥିଲେ । ଉକ୍ତ ସଭାରେ ସନ୍ତୋଷ ତ୍ରିପାଠୀଙ୍କୁ ସଭାପତି ରୂପେ ମନୋନୟନ କରି ଉପସ୍ଥିତ ଥିବା ସଭ୍ୟମାନଙ୍କ ଦ୍ୱାରା ସର୍ବ ସମ୍ମତି କ୍ରମେ ଗୃହିତ କରାଯାଇଥିଲା । ସମସ୍ତ ସଭ୍ୟ ମାନଙ୍କ ପ୍ରସ୍ତାବ କ୍ରମେ ଏକ ଅନୁଷ୍ଠାନ ଗଠନ କରି ତାର ନାମ ବଙ୍ଗୋମୁଣ୍ଡା ସାଂସ୍କୃତିକ ଅନୁଷ୍ଠାନ ନାମକରଣ କରି ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଆଗତ କରାଯାଇ ଗୃହୀତ ହୋଇଥିଲା । ଉକ୍ତ ସଭାରେ ସଭାପତି ଭାବେ ସନ୍ତୋଷ ତ୍ରିପାଠୀ, ଉପସଭାପତି ଭାବରେ ହୁଲେଶ୍ୱର ହଂସ, ରଶ୍ମିରଞ୍ଜନ ପୁଟେଲ, ସମ୍ପାଦକ ଭାବେ ରାମଚନ୍ଦ୍ର ରଣା, ସହ ସମ୍ପାଦକ ବିଘ୍ନ ରାଉତ, କୋଷାଧ୍ୟକ୍ଷ ଭାଗିରଥି ପୁଟେଲ, ମିଡିଆ ସେଲ ବିଭାଗରେ ଦୀପକ କୁମାର ଦାସ ଯାଦବ, ଅଶୋକ ନାରାୟଣ ଭୋଇ, ଆୟୋଜକ ସମ୍ପାଦକ ସୁରେଶ ଭୋଇ ପ୍ରମୁଖଙ୍କୁ ସମସ୍ତ ସଭ୍ୟଙ୍କ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଆଗତ ହୋଇ ଗୃହୀତ ହୋଇଥିଲା । ଅଞ୍ଚଳରେ ଅନେକ କଳାକାର ଅଛନ୍ତି ହେଲେ ଆଜି ପର୍ଯ୍ୟନ୍ତ କଳାକାର ଭତ୍ତା ପାଇଁ ନ ଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ଅଂଚଳରେ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ନୂତନ କର୍ମକର୍ତ୍ତାମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ କରି ସଭା ସାଙ୍ଗ କରିଥିଲେ ।

jayashree
Leave A Reply

Your email address will not be published.