pakka

ତମାଖୁ ପରେ ଗୁଟଖା ଓ ମଦର କୋଟି କୋଟି ଟଙ୍କାର ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କଲେ ସାଉଥ୍‌ ସୁପର୍‌ ଷ୍ଟାର ଅଲୁ ଅର୍ଜୁନ

ହାଇଦ୍ରାବାଦ : ଅଲୁ ଅର୍ଜୁନ କେବଳ ଚଳଚ୍ଚିତ୍ରରେ ଅଭିନୟ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟ ଜିତନ୍ତି ନାହିଁ, ବରଂ ସେ ବାସ୍ତବ ଜୀବନରେ ଏପରି କିଛି ନିଷ୍ପତ୍ତି ମଧ୍ୟ ନିଅନ୍ତି, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ଅଟେ । ନିକଟରେ ଗୁଟଖା ଏବଂ ମଦ ବ୍ରାଣ୍ଡର ବିଜ୍ଞାପନ ଦେବା ପାଇଁ ‘ପୁଷ୍ପା’ ସିନେମାର ସୁପର୍‌ ଷ୍ଟାରଙ୍କୁ ବହୁ ପରିମାଣର ଅଫର୍‌ ଦିଆଯାଇଥିଲା । କିନ୍ତୁ ସେ ଏହା କରିବାକୁ ମନା କରିଦେଇଥିଲେ । ଖବର ଅନୁଯାୟୀ ଗୁଟୁଖା ଏବଂ ମଦ ବ୍ରାଣ୍ଡ କମ୍ପାନୀ ଦ୍ୱାରା ଅଲୁ ଅର୍ଜୁନଙ୍କୁ ୧୦ କୋଟି ଅଫର ଦିଆଯାଇଥିଲା । ଅଭିନେତାଙ୍କ ଏହି ନିଷ୍ପତ୍ତିରେ ସାରା ଦେଶରେ ପ୍ରଶଂସକମାନେ ଅତ୍ୟନ୍ତ ଖୁସି ଏବଂ ତେଲୁଗୁ ତାରକାଙ୍କୁ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.

fifteen − four =