pakka

ଏହି ଦେଶରେ ୧୦ ସନ୍ତାନ ଜନ୍ମଦେଲେ ମହିଳାଙ୍କୁ ସମ୍ମାନିତ କରାଯିବା ସହ ୧୩ ଲକ୍ଷ ଟଙ୍କା ମିଳିବ

bbehera

ମସ୍କୋ : ବିଶ୍ୱ ବଢ଼ୁଥିବା ଜନସଂଖ୍ୟା ଏବଂ ସମ୍ବଳ ସଙ୍କଟ ଦେଇ ଗତି କରୁଛି । କିନ୍ତୁ ରୁଷରେ ପରିସ୍ଥିତି ଅଲଗା । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ମହିଳାମାନଙ୍କୁ ଅଧିକରୁ ଅଧିକ ସନ୍ତାନ ପ୍ରସବ କରିବାକୁ ଉତ୍ସାହିତ କରୁଛନ୍ତି ଏବଂ ଏଥିପାଇଁ ସେ ମହିଳାମାନଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି । ବାସ୍ତବରେ, ରୁଷରେ ଜନ୍ମ ହାର ହ୍ରାସ ହେତୁ ସୃଷ୍ଟି ହୋଇଥିବା ଜନସଂଖ୍ୟା ସଙ୍କଟ ଏହାର କାରଣ ବୋଲି କୁହାଯାଉଛି ।

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୧୬ ଅଗଷ୍ଟରେ ସୋଭିଏତ୍ ଯୁଗର ‘ମଦର୍‌ ହିରୋଇନ୍’ ପୁରସ୍କାର ପୁନଃ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜନସଂଖ୍ୟା ହ୍ରାସ ପାଇବା ପରେ ସୋଭିଏତ୍ ନେତା ଜୋସେଫ୍ ଷ୍ଟାଲିନଙ୍କ ଦ୍ୱାରା ୧୯୪୪ ମସିହାରେ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ୧୯୯୧ରେ ସୋଭିଏତ୍ ୟୁନିଅନର ପତନ ପରେ ଏହି ସମ୍ମାନ ବନ୍ଦ ହୋଇଗଲା ।

ସୋମବାର ରାଷ୍ଟ୍ରପତି ପୁଟିନଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଯୋଗ୍ୟ ମା’ମାନଙ୍କୁ ୧୦ ଜଣ ବଞ୍ଚିଥିବା ସନ୍ତାନ ଏକ ବର୍ଷ ବୟସର ହେବା ପରେ ୧ ମିଲିୟନ୍ ରୁବଲ୍ (ପ୍ରାୟ ୧୩,୧୨,୦୦୦ ଟଙ୍କା / ୧୬,୦୦୦ ଡଲାର୍) ପ୍ରଦାନ କରାଯିବ । ଏହି ଆଦେଶରେ କୁହାଯାଇଛି ଯେ, ଯୁଦ୍ଧରେ କିମ୍ବା ଆତଙ୍କବାଦୀ କାର୍ୟ୍ୟ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ସେ ଯଦି କୌଣସି ପିଲାଙ୍କୁ ହରାଇଥା’ନ୍ତି, ତେବେ ମଧ୍ୟ ମା’ ଯୋଗ୍ୟ ହେବେ । ସୂଚନା ଯୋଗ୍ୟ ଯେ, ‘ ହିରୋ ଅଫ୍ ରୁଷ’ ଏବଂ ‘ହିରୋ ଅଫ୍ ଲେବର’ ଭଳି ‘ମଦର ହିରୋଇନ’ ଉପାଧି ମଧ୍ୟ ରୁଷ୍‌ରେ ସମାନ ସ୍ତରରେ ବିବେଚନା କରାଯାଏ ।

Leave A Reply

Your email address will not be published.

five × 2 =