ମୂଷା ମରା ବିଷ ଖାଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ : ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠ ଚମାଖଣ୍ଡି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ନିକଟସ୍ଥ ବଡକୁଶସ୍ଥଳୀ ଗ୍ରାମ ରାସ୍ତାରୁ ଏକ ପ୍ରେମୀ ଯୁଗଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡିଛି । ଉଭୟ ବିଷପାନ କରି ସେଠାରେ ପଡ଼ିଥିବା ବେଳେ ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ (ଏମକେସିଜି) ମେଡିକାଲରେ ଭର୍ତ୍ତି କରିଛନ୍ତି । ଉଭୟଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଚିକିତ୍ସା ଜାରି ରହିଥିବା ଜଣାପଡିଛି । ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟା ୮ଟା ବେଳେ ନରେନ୍ଦ୍ରପୁର ନିକଟରେ ଥିବା ଏକ ରାଡର ତଳେ ଜଣେ ପୁଅ ଓ ଝିଅ ତଳେ ପଡ଼ି ଛଟପଟ ହେଉଥିବା ସେହି ଅଞ୍ଚଳର ଜଣେ ଅଟୋଚାଳକ ଦେଖିଥିଲେ । ପାଖକୁ ଯାଇ ଦେଖିବା ପରେ ପୁଅ ଜଣଙ୍କ ନରେନ୍ଦ୍ରପୁର ନିକଟ ଲକ୍ଷ୍ମୀପୁର ଗ୍ରାମର ସୁନୀଲ ସେଠୀ(୨୧) ବୋଲି ସେ ଜାଣିପାରିଥିଲେ । ସେହିପରି ୧୭ ବର୍ଷୀୟ ଝିଅଟି ନରେନ୍ଦ୍ରପୁର ହାଟର ବୋଲି ଅଟୋ ଚାଳକ ଜାଣିପାରିଥିଲେ । ଘଟଣା ସମ୍ପର୍କରେ ଅଟୋଚାଳକ ଜଣଙ୍କ ସୁନୀଲଙ୍କ ପରିବାରକୁ ଖବର ଦେଇଥିଲେ । ସୁନୀଲଙ୍କ ଭାଇ ଓ ବାପା-ମାଆ ସେଠାରେ ପହଞ୍ଚି ଉଭୟ ସୁନୀଲ ଓ ସଂପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରି ଅଟୋ ସାହାଯ୍ୟରେ ଏମକେସିଜିରେ ଭର୍ତ୍ତି କରିଥିଲେ । ଏମକେସିଜିରେ ଉଭୟଙ୍କ ଚିକିତ୍ସା ଜାରି ରହିଛି । ସୁନୀଲ ଓ ସଂପୃକ୍ତ ନାବାଳିକା ମଧ୍ୟରେ କିଛି ବର୍ଷ ହେବ ସମ୍ପର୍କ ରହିଥିଲା । ଗତକାଲି ସନ୍ଧ୍ୟାରେ ସେମାନେ ଏକ ସ୍କୁଟି ଯୋଗେ ରାଡାର ନିକଟକୁ ଆସିବା ପରେ ସେଠାରେ ମୂଷା ମରା ପାଇଁ ବ୍ୟବହୃତ ହେଉଥିବା ବିଷ ପାନ କରି ଦେଇଥିଲେ । କିଛି ସମୟ ପରେ ଉଭୟ ଗୁରୁତର ହୋଇ ପଡ଼ିଥିଲେ । ତେବେ ସେମାନେ କେଉଁ କାରଣରୁ ବିଷୟ ପିଇଲେ ତାହା ଜଣାପଡ଼ି ନାହିଁ । ଏପଟେ ମେଡିକାଲରେ ଉପସ୍ଥିତ ଥିବା ସୁନୀଲଙ୍କ ପରିବାର ଲୋକେ ସଂପୃକ୍ତ ନାବାଳିକାଙ୍କୁ ଜାଣିନଥିବା ବୋଲି କହିଛନ୍ତି ।

Leave A Reply

Your email address will not be published.

one × two =

error: Content is protected !!