pakka

ସାହିତ୍ୟିକ କବି ବନ୍ଧୁ ପରିବାରର କାର୍ଯ୍ୟକାରିଣୀ ବୈଠକ

bbehera

ତରଭା, (କେପିଏନ୍‌ଏସ୍‌) : ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସାହିତ୍ୟିକ କବି ବନ୍ଧୁ ପରିବାର ତରଫରୁ ଆଭାସୀ ମାଧ୍ୟମରେ ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ପାଦିକା ପ୍ରଣତି ମହାପାତ୍ର ସଭାର ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ସଭ୍ୟ ତପନ କୁମାର ବିଶ୍ୱାଳ ସ୍ୱାଗତ ଅଭିଭାଷଣ ଦେଇଥିଲେ । ସଭାପତି ଶ୍ରୀ ନାଏକ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ ଓ ଉପଦେଷ୍ଟା ବିଶ୍ୱେଶ୍ୱର ମାଝୀ ବୈଠକ ପରିଚାଳନା କରିଥିଲେ । ଉକ୍ତ ବୈଠକରେ ବୈଜ୍ଞାନିକ ବଦ୍ରି ମହାନ୍ତି, ବିଳାସପୁରରୁ ବାମନ ଚନ୍ଦ୍ର ଦୀକ୍ଷିତ, ଭୁବନେଶ୍ୱରରୁ ରୀତା ଅପରାଜିତା ମହାନ୍ତି, ସୁବର୍ଣ୍ଣପୁରରୁ ଶୁଭେନ୍ଦୁ ମେହେର, ବଲାଙ୍ଗିରରୁ ପୂର୍ଣ୍ଣଚନ୍ଦ୍ର ମେହେର, କଟକରୁ ଗୀତାଞ୍ଜଳି ପୃଷ୍ଟି, ଖୋର୍ଦ୍ଧାରୁ ରମାକାନ୍ତ ମାହାଳି, କେନ୍ଦ୍ରାପଡ଼ାରୁ ବନଲକ୍ଷ୍ମୀ ମହାନ୍ତି, ବାଲେଶ୍ୱରରୁ ବିପିନ ବିହାରୀ ବାରିକ ଓ ସ୍ନିଗ୍ଧା ସାମନ୍ତରାୟ, ନବରଙ୍ଗପୁରରୁ ସାଗର କୁମାର ପରିଡ଼ା, ଯାଜପୁରରୁ ବିନୋଦିନୀ ଦାଶ, କେନ୍ଦୁଝରରୁ ରତିନାରାୟଣ ରାଉତ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ଓ ପ୍ରସ୍ତାବମାନ ରଖିଥିଲେ । ସମସ୍ତ ପ୍ରସ୍ତାବ ଉପରେ ବିଚାର ବିମର୍ଷ କରି ପରବର୍ତ୍ତୀ ବୈଠକରେ ସ୍ଥିରୀକୃତ ହେବ ବୋଲି ସମ୍ପାଦିକା ଶ୍ରୀମତି ମହାପାତ୍ର ଜଣାଇଥିଲେ । ସଭା ଶେଷରେ ରୀତା ଅପରାଜିତା ମହାନ୍ତି ଶାନ୍ତିପାଠ କରିଥିବା ବେଳେ ଢେଙ୍କାନାଳରୁ ତପନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

three × three =

error: Content is protected !!