oom

ଅବକାରୀ ବିଭାଗ ଦ୍ୱାରା ୧୩୦ ଗ୍ରାମର ଧଳା ଜହର ଜବତ

jsmm

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଅବକାରୀ ବିଭାଗ ଦ୍ୱାରା ୧୩୦ ଗ୍ରାମର ଧଳା ଜହର ଜବତ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ର ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍‌ ସତ୍ୟବାଦୀ ଥାନା ଅଧୀନ କାଦୁଆ ଛକଠାରେ ଚଢ଼ାଉ କରି ବ୍ରାଉନ ସୁଗାର ବେପାରୀ ଗୋବିନ୍ଦ ମୁଦୁଲିକୁ ଗିରଫ କରିଛି । ଅଭିଯୁକ୍ତ ଗୋବିନ୍ଦଠାରୁ ୧୩୦ ଗ୍ରାମ ବ୍ରାଉନ ସୁଗାର ଅବକାରୀ ବିଭାଗ ଜବତ କରିଛି । ଜବତ ବ୍ରାଉନ ସୁଗାରର ବଜାର ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.