ଦିଗପହଣ୍ଡି ବ୍ଳକ୍ ଅଫିସ ଆଗରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ବିଷପିଇ ଆତ୍ମହତ୍ୟା ଉଦ୍ୟମ

  • ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଏକ ଅଭାବନୀୟ ଘଟଣା ଘଟିଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି.କୀର୍ତ୍ତି ଭାସନ, ବ୍ରହ୍ମପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସର୍ବଣା ବିବେକ ଏମ୍‌ଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ବିଷାକ୍ତ ଔଷଧ ଖାଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଜଣାପଡିଛି । ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ହେଲେ ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତଣ୍ଡା ଗ୍ରାମର ଜେ. ବାଳକୃଷ୍ଣ ଦୋରା । ତାଙ୍କର ଏକ ଜମି ଜିମା ମାମଲା ବିଷୟରେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ଅବହେଳା ପ୍ରଦର୍ଶନ କରିଥିବା ନେଇ ସେ ଏହା କରିଥିବା ଜଣାଯାଇଛି । ତାଙ୍କର ଜମି ଅନ୍ୟଜଣେ ଦଖଲ କରିଥିବା ଅଭିଯୋଗ ଆଣିଥିଲେ । ଏଥିରେ ସମାଧାନର ରାସ୍ତା ପାଇଲେ ନାହିଁ । ଏହି ଘଟଣା ପ୍ରଚାରିତ ହେବା ପରେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇ ଚିକିତ୍ସା ବ୍ୟବସ୍ଥା ତଦାରଖ କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.