oom

କେଏମପି ସ୍ପୋର୍ଟସ ଏକାଡେମୀର ୨୫ତମ କଲର ବେଲ୍ଟ ପ୍ରତିଯୋଗିତା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ କେଏମପି ସ୍ପୋର୍ଟସ ଏକାଡେମୀ ପକ୍ଷରୁ ୨୫ ତମ କଲର ବେଲ୍ଟ ପ୍ରତିଯୋଗିତା ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଥିବା ଏକାଡେମୀର ତାଲିମ କେନ୍ଦ୍ରରେ ଆୟୋଜିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ରରୁ ୮୨ ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ । ଓଡିଶା ଟାଏକୋଣ୍ଡୋ ସଂଘର ସହ ସମ୍ପାଦକ ୬ଷ୍ଠ ଡାନ ବ୍ଲାକ ବେଲ୍ଟଧାରୀ ଆନ୍ତର୍ଜାତିକ କୋଚ୍‌ କେ ମନୋଜ ପ୍ରଧାନ ପ୍ରତିଯୋଗିତାରେ ପରୀକ୍ଷକ ଭାବେ ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କ ପରୀକ୍ଷା କରିଥିଲେ । ହୋପ ଟାଇକୋଣ୍ଡୋ ଏକାଡେମୀରୁ ୩୩ଜଣ, ଗଞ୍ଜାମ ଟାଇକୋଣ୍ଡୋ ଏକାଡେମୀର ୪ ଜଣ, ଦିଗପହଁଣ୍ଡି ଟାଇକୋଣ୍ଡୋ ଏକାଡେମୀରୁ ୪ଜଣ, ପୁରୁଷୋତ୍ତମପୁର ଟାଇକୋଣ୍ଡୋ ଏକାଡେ଼ମୀରୁ ୫ ଜଣ ସେହିପରି ଛତ୍ରପୁରରେ ଥିବା କେଏମପି ସ୍ପୋର୍ଟସ ଏକାଡେମୀରୁ ୩୬ ଜଣ ପରୀକ୍ଷାର୍ଥୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଏନଆଇଏସ କୋଚ୍‌ ଇ ଲଳିତ କୁମାର, ସି ଏଚ ପ୍ରସାଦ ନାୟକ, ବସୁ ନାୟକ ଉପସ୍ଥିତ ଥିବା ବେଳେ ପି ଅଭିମନ୍ୟୁ ରେଡ୍ଡୀ, ପିୟୁସ ପ୍ରସାଦ ଷଡଙ୍ଗୀ, ଶୁଭଶ୍ରୀ ପାରିଡା, ତେଜଦ୍ୱିନୀ ପାଢ଼ୀ, ରାଜା ଦାସ, ରୁନସି ବେହେରା, ଡ଼. ପ୍ରେମ ପ୍ରାସାଦ ରେଡ୍ଡୀ, ଆୟୁଷ୍ମାନ୍ ସ୍ୱାଇଁ, ଏ.ଚିନା ଅମ୍ବିତ ରାଉଳ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.