oom

ତଳମୁହାଁ କରୋନା ସଂକ୍ରମଣ : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୬୨ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ଜିଲ୍ଲାରୁ ୯

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏବେ ତଳମୁହାଁ କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬୬୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୦୪ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୫୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୭୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୩, ବାଲେଶ୍ୱରରୁ ୪, ବରଗଡରୁ ୧୨, ଭଦ୍ରକରୁ ୧୩, ବଲାଙ୍ଗିରରୁ ୯, ବୌଦ୍ଧରୁ ୪, କଟକରୁ ୩୮, ଦେବଗଡରୁ ୫, ଗଜପତିରୁ ୫, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧୦, ଯାଜପୁରରୁ ୮, ଝାରସୁଗୁଡାରୁ ୪, କଳାହାଣ୍ଡିରୁ ୧୨, କନ୍ଧମାଳରୁ ୯, କେନ୍ଦ୍ରାପଡାରୁ ୩, ଖୋର୍ଦ୍ଧାରୁ ୧୫୨, କୋରାପୁଟରୁ ୧୫, ମୟୁରଭଞ୍ଜରୁ ୭୮, ନବରଙ୍ଗପୁରରୁ ୬, ନୟାଗଡରୁ ୧୨, ନୂଆପଡାରୁ ୧୧, ପୁରୀରୁ ୬, ରାୟଗଡାରୁ ୧୧, ସମ୍ବଲପୁରରୁ ୪୮, ସୋନପୁରରୁ ୧୩, ସୁନ୍ଦରଗଡରୁ ୧୪୨, ଷ୍ଟେଟପୁଲରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି ।

jittmm
Leave A Reply

Your email address will not be published.