ପାଟଣାଗଡରେ ବିଜେପିର ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଗଡଭିତର ସ୍ଥିତ ପାଟଣେଶ୍ଵରୀ ଉତ୍ସବ ଭବନଠାରେ ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେପି ନଗର ସଭାପତି ସୁଶାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭାରତୀୟ ଜନତା ଦଳର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ମୁଖ୍ୟ ଅତିଥି, ବିଜେପି କୃଷକ ମୋର୍ଚ୍ଚା ସଭାପତି ମାଧବ ସାଏ, ବିଜେପି ମହିଲା ମୋର୍ଚ୍ଚା ଜିଲ୍ଲା ଉପ ସଭାନେତ୍ରୀ ଶୌଳବାଲା ବାଗ, ଡାଙ୍ଗବାହାଲ ମଣ୍ଡଳ ଜୋନ୍ ସଭାପତି ବଲ୍ଲଭ ଧରୁଆ, ଭଇଷାଁ ଜୋନ୍ ସଭାପତି ପଙ୍କଜ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ବିଜୟ ହୋଇଥିବାରୁ ତାଙ୍କର ବିଜୟ ଉତ୍ସବ ପାଳନ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ସଭାକୁ ଉଦ୍‌ବୋଧନ ଦେଇ ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକ ହିତକର ଯୋଜନା କିପରି ଭାବେ ଲୋକଙ୍କ ପାଖକୁ ପହଞ୍ଚି ପାରିବ ଓ ବୁଥ୍‌ ସ୍ତରରେ ବୁଥ୍‌ କମିଟି ହାସଲ କରାଯାଇ ପାରିବ ଏବଂ ଅଧିକରୁ ଅଧିକ ନୂତନ ସଦସ୍ୟ ସାମିଲ କରିବ, ଦଳକୁ ନିଜ ହାତକୁ ଆଣି ହେବ ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ । ଏହା ସହିତ ଭଇଁଷା, ଯୋଗୀମୁଣ୍ଡା, ଡାଙ୍ଗବାହାଲ ଓ ନଗର ପାଟଣାଗଡ ମଣ୍ଡଳର ସମସ୍ତ ପଞ୍ଚାୟତର କାର୍ଯ୍ୟକର୍ତ୍ତା ସଦସ୍ୟଙ୍କ ସହ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିବା ବେଳେ ନଗର ସଭାପତି ସୁଶାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.