oom

ବୀର ସାବରକରଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବୀ ଜଣାଇଲା କେଶରିଆ ହିନ୍ଦୁ ବାହିନୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱାଧୀନତା ସଂଗ୍ରାମୀ ବୀର ବିନାୟକ ଦାମୋଦର ସାବରକରଙ୍କୁ ଦେଶ ମାଟିର ସ୍ୱାଧୀନତାରେ ତାଙ୍କର ଅବଦାନ ପାଇଁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ଆଜି ଦାବୀ ଜଣାଇଛି କେଶରିଆ ହିନ୍ଦୁ ବାହିନୀ । ଆଜି ଦିନ ଏଗାରଟା ସମୟରେ ସ୍ଥାନୀୟ ଜିଲ୍ଲପାଳ କାର୍ୟ୍ୟାଳୟ ସମ୍ମୁଖରେ କେଶରିଆ ହିନ୍ଦୁ ବାହିନୀର ଜିଲ୍ଲା ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ବାହିନୀର କାର୍ୟ୍ୟକର୍ତ୍ତାମାନେ ଏକଜୁଟ ହୋଇଥିଲେ । ବୀର ସାବରକରଙ୍କ ଜୟ ଗାନ କରିବା ସହ ତାଙ୍କୁ ତଥା ଆହୁରି ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ବିଭିନ୍ନ କେନ୍ଦ୍ର ସରକାର ଆଜି ପର୍ୟ୍ୟନ୍ତ ଅଣଦେଖା କରି ଆସିଥିବା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶେଷରେ ସାବରକରଙ୍କୁ ଭାରତରତ୍ନରେ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲା ଜରୁରୀକାଳିନ ଅଧିକାରୀ ଶଙ୍କର୍ଷଣ ପ୍ରଧାନ ଦାବୀପତ୍ର ଗ୍ରହଣ କରିଥିଲେ ।


ପ୍ରକାଶ ଯୋଗ୍ୟ ଯେ, ଦେଶର ସ୍ୱାଧୀନତାରେ ବୀର ସାବରକରଙ୍କ ଅବଦାନ ଅନେକ ରହିଛି । ଜୀବନ ତମାମ ସେ ଦେଶ ଜାତି ପାଇଁ କାମ କରି ଆସିଥିଲେ । କିନ୍ତୁ ଏହା ସତ୍ୱେ ଦେଶର ବିଭିନ୍ନ କେନ୍ଦ୍ର ସରକାର ଦେଶ ଜାତି ପ୍ରତି ତାଙ୍କର ବଳିଦାନକୁ ଏପର୍ୟ୍ୟନ୍ତ ଅପମାନ କରି ଆସିଛନ୍ତି, ଯାହା କୌଣସି ମତେ ଗ୍ରହଣୀୟ ନୁହେଁ । ତେଣୁ ଆଜି କେଶରିଆ ହିନ୍ଦୁ ବାହିନୀ ସ୍ୱାଧୀନତରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛି । ଆଗାମୀ ଦିନରେ ଆହୁରି ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ କେଶରିଆ ହିନ୍ଦୁ ବାହିନୀ ସ୍ୱର ଉତ୍ତୋଳନ କରିବା ସହ ଆବଶ୍ୟକ ହେଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ବାହିନୀ ତରଫରୁ କୁହାଯାଇଛି । ଆଜିର କାର୍ୟ୍ୟକ୍ରମରେ କେଶରିଆ ହିନ୍ଦୁ ବାହିନୀର ମହିଳା ନେତ୍ରୀ ଗୀତାଞ୍ଜଳି ଦାଶ, ଜିଲ୍ଲା ବରିଷ୍ଠ ସଙ୍କର୍ଷଣ ଆଚାର୍ୟ୍ୟ, ପ୍ରବକ୍ତା ଦେବାନନ୍ଦ ନାୟକ, ନଗର ସଭାପତି ସୁଶିଲ ସାହୁ, ସୁବ୍ରତ କୁଅଁର, ବିରେନ୍ଦ୍ର ବାରିକ, ମୁନେଶ ରଥ, ସୋମ୍ୟ ରଞ୍ଜନ ପୁରୋହିତ, ସୁଶିଲ ସାହୁ, ପ୍ରହଲ୍ଲାଦ ପ୍ରଧାନ, ଅକ୍ଷୟ ଜେନା, ଗିରିଧାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.