ଗୁଜୁରାଟୀ ଚଳଚ୍ଚିତ୍ର ଅଭିନେତା ନରେଶ କାନୋଡିଆଙ୍କ କରୋନାରେ ପରଲୋକ

ଗୁଜୁରାଟ : ଗୁଜୁରାଟୀ ଚଳଚ୍ଚିତ୍ର ସୁପରଷ୍ଟାର ନରେଶ କାନୋଡିଆ(୭୭)ଙ୍କ କୋଭିଡ଼ ସଂକ୍ରମଣରେ ମୃତ୍ୟୁ ଘଟିଥିବା ଖବର ମିଳିଛି । ଚାରି ଦିନ ଧରି ଅହମ୍ମଦାବାଦର ୟୁଏନ୍ ମେହେଟା ଇନଷ୍ଟିଚ୍ୟୁଟରେ ସେ ଚିକିତ୍ସିତ ହେଉଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ତାଙ୍କ ପରଲୋକରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ସୂଚନା ଯୋଗ୍ୟ ଯେ , ଗୁଜୁରାଟୀ ଚଳଚ୍ଚିତ୍ରରେ ମହେଶ-ନରେଶ ଯୋଡି ହିଟ୍ ତାଲିକାରେ ରହିଛି । ନରେଶ କାନୋଡିଆଙ୍କ ବଡ଼ ଭାଇ ମହେଶ ଗୁଜରାଟୀ ଚଳଚ୍ଚିତ୍ରରେ ସଙ୍ଗୀତ‌ଜ୍ଞ ଏବଂ ଗୀତିକାର ଥିଲେ । ଦୁଇ ଦିନ ପୂର୍ବେ ୮୩ ବର୍ଷ ବୟସରେ ମହେଶ କାନୋଡିଆଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.