ଟିଟିଲାଗଡ ଉପଜିଲ୍ଲାପାଳଙ୍କ ବଡ଼ ଘୋଷଣା : ସହର ମଧ୍ୟରେ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭାରି ଯାନ ଚଳାଚଳକୁ ନିଷେଧ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ମଧ୍ୟ ଦେଇ ଜାତୀୟ ରାଜପଥ ୫୯ ଯାଇଥିବା ବେଳେ ପ୍ରତିଦିନ ରାସ୍ତା ଭିଡ଼ ଜମୁଛି । ଏହା ସହ ସହରର ମୁଖ୍ୟ ରାସ୍ତା ଗୁଡିକରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏଥିପାଇଁ ଅନେକ ଦୁର୍ଘଟଣା ଘଟୁଥିବାରୁ ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଟିଟିଲାଗଡ ସହର ମଧ୍ୟରେ ଭାରିଯାନ ଚଳାଚଳ ନିମନ୍ତେ ଏକ ନିୟମ ଜାରି କରିଛନ୍ତି । ଟିଟିଲାଗଡ ସହର ମଧ୍ୟରେ ସକାଳ ୬ଟା ସମୟରୁ ରାତି ୧୦ଟା ସମୟ ପର୍ୟ୍ୟନ୍ତ ଭାରି ଯାନ ଚଳାଚଳକୁ ନିଷେଧ କରିଛନ୍ତି । ଏହା ସହ ସହର ମଧ୍ୟରେ ସକାଳ ୮ଟା ସମୟରୁ ରାତି ୯ଟା ସମୟ ପର୍ୟ୍ୟନ୍ତ ମାଲ ଲୋଡିଂ ଓ ଅନ୍ ଲୋଡ଼ିଂକୁ ମଧ୍ୟ ନିଷେଧ କରିଛନ୍ତି । ଯଦି ଏହି ନିୟମକୁ କେହି ଉଲଂଘନ କରେ ତେବେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.