oom

ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ କରୋନା ସଚେତନତା ସହିତ ମାସ୍କ ବଣ୍ଟନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିଆଯଇଥିବା ପ୍ରସ୍ତାବ ଅନୁସାରେ ଆଜି ଦୈନିକ ବଜାର ମଧ୍ୟରେ ମାସ୍କ ବଣ୍ଟନ କରାଯାଇଥିଲା । ଆସନ୍ତାକାଲି ସଂଘ ଆନୁକୂଲ୍ୟରେ ସବୁରି ନାରାୟଣ ମନ୍ଦିର ପରିଷରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବାର ସ୍ଥିର କରାଯାଇଥିଲା । ଏହା ପୂର୍ବରୁ ସଂଘର ସଭ୍ୟମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ତାର ସମାଧାନ କରିବାକୁ ଅନୁରୋଧ କରିଥିଲେ । ଜିଲ୍ଲାର ବିପର୍ଯ୍ୟସ୍ତ ଟ୍ରାଫିକ ସମସ୍ୟା ସାଙ୍ଗକୁ ବସ୍ତି ଅଂଚଳରେ ନାଳ ନର୍ଦ୍ଦମାକୁ କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରିଥିଲେ । ଗତକାଲି ବସିଥିବା କାର୍ଯ୍ୟକାରିଣୀ ବୈଠକରେ କରୋନାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ପୋଲିସ ମୁଖ୍ୟଙ୍କୁ ସାକ୍ଷାତ କରି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବାକୁ ସ୍ଥିର କରାଯାଇଥିଲା । ସଂଘର ସଭାପତି ଡା. ଘାସିରାମ ମଶ୍ରଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ସଂଘର ମୁଖ୍ୟ ଉପଦେଷ୍ଟା ବିକ୍ରମ ବହିଦାର, ଶିବ ଶଙ୍କର ଖୁଆସ, ସୁବାଷ ଚନ୍ଦ୍ର ପଣ୍ଡା, ଉପଦେଷ୍ଟା ଯଥା ବିଶ୍ୱାଲ, ଜଗଦାନନ୍ଦ ଛୁରିଆ, ବୃନ୍ଦାବନ ବରାଳ, ପର୍ଶୁରାମ ନାୟକ, ଭଞ୍ଜ କିଶୋର ନାଗ, ମଦନ ପାଣିଗ୍ରାହୀ, ଗୋପବନ୍ଧୁ ପୁରୋହିତ, ପ୍ରତାପ ଚନ୍ଦ୍ର ରଥ, ବିପିନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସାଧାରଣ ସଂପାଦକ ବସନ୍ତ ଆଚାର୍ଯ୍ୟ ସଭ୍ୟମାନଙ୍କୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.