୮୦ ବର୍ଷର ବିଧବା ପଦ୍ମା ବେୱାଙ୍କୁ ଘର ଯୋଗାଇ ଦେବାକୁ ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ଗ୍ରାମ ପଞ୍ଚାୟତ କାନ୍ଦୁଲକୋନା ଗ୍ରାମର ୮୦ ବର୍ଷର ବିଧବା ପଦ୍ମା ବେୱାଙ୍କ ଘର ଭାଙ୍ଗି ପଡିଥିବା ବେଳେ ସେ ତାଙ୍କ ପୁଅ ରୋଷନ ବାଗ (୩୫), ବୋହୂ ପୁନେ ବାଗ(୩୦) ଓ ନାତି ପ୍ରମୋଦ ବାଗ(୧୫), ଭଗବାନ ବାଗ(୧୪), ଟିକୁ ବାଗ(୫), ଅମିତ କୁମାର ବାଗ(୪ମାସ)ଙ୍କୁ ଧରି ପଲିଥିନ ତଳେ ଆଶ୍ରୟ ନେଉଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ ଯେ, ଆଜିକୁ ୬ ମାସ ହେଲା ଘର ଭାଙ୍ଗି ପଡିଥିବା ବେଳେ ଭଙ୍ଗାଦଦରା ବିପଦପୂର୍ଣ୍ଣ ଘରେ ଆଶ୍ରୟ ନେଇଥିବା ବେଳେ ଘର ସମ୍ମୁଖରେ ଏକ ପଲିଥିନ ଢାଙ୍କି ୭ଜଣ ସଦସ୍ୟ ରହୁଛନ୍ତି । ହେଲେ କେତେ ବେଳେ ବିପଦ ମାଡି ଆସିବ ଯେ ତାହା ଚିନ୍ତା କରି ହେବନାହିଁ । ବର୍ତ୍ତମାନ ବର୍ଷା ଲାଗିଥିବା ବେଳେ ବିଭିନ୍ନ ବିଷାକ୍ତ ସାପ ତଥା କୀଟପତଙ୍ଗର ଭୟ ରହିଛି । ଏହି ପରିବାରକୁ ଆଜି ପର୍ଯ୍ୟନ୍ତ ଘର ଖଣ୍ତିଏ ମିଳିନଥିବା ବେଳେ କେବଳ ବିଧବା ଭତା ୫ଶହ ଟଙ୍କା ମିଳୁଛି । ହେଲେ ୮୦ ବର୍ଷ ବୟସ ହୋଇଥିଲେ ମଧ୍ୟ ଭତ୍ତା ଟଙ୍କା ଏଯାଏଁ ବଢିନଥିବାରୁ ପରିବାର ଲୋକେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଏନେଇ ସ୍ଥାନୀୟ ପଞ୍ଚାୟତ ତଥା ବ୍ଲକ ଓ ଜିଲ୍ଲା ପ୍ରଶାସନ ତଦନ୍ତ କରି ଉଚିତ୍ ପଦକ୍ଷେପ ନେବାକୁ ପରିବାର ସମେତ ସ୍ଥାନୀୟ ଲୋକ ଦାବୀ କରିଛନ୍ତି ।

Leave A Reply

Your email address will not be published.