p purohi

ବରଗଡ ଜିଲ୍ଲା ଚେସ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଜିଲ୍ଲା ଚେସ୍‌ ଚାମ୍ପିଅନସିପ୍‌ ଉଦ୍‌ଯାପିତ

dr. purohit

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଚେସ୍‌ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଚାଲିଥିବା ଜିଲ୍ଲା ଚେସ୍‌ ଚାମ୍ପିଅନସିପ୍‌ ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା ସଂଘ ସଭାପତି ଅରୁଣ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନି ଉତ୍ସବରେ ବିକାଶ ଗ୍ରୁପର ଚେୟାରମେନ ଡି. ମୂରଲୀ କ୍ରିଷ୍ଣା ମୁଖ୍ୟ ଅତିଥି ଓ ବରଗଡ ଇମ୍ପେରିଏଲ୍ କଲେଜର ଚେୟାରମେନ ଦୀପକ ଗୋୟଲ୍, ମୁଖ୍ୟ ଆର୍ବିଟର ଵିଧୁ ଭୂଷଣ ମିଶ୍ର, ସହ ଆର୍ବିଟର ସଞ୍ଜୟ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ରେଙ୍କ୍‌ ୧ରେ ସୋହେଲାର ଛବିଳ ଭୋଇ, ରେଙ୍କ୍ ୨ରେ ବରପାଲିର ବୃନ୍ଦାବନ ସାହୁ, ରେଙ୍କ୍ ୩ରେ ମେଘନାଦ ମେହେର, ରେଙ୍କ୍ ୪ରେ ପୂର୍ଣ୍ଣଚନ୍ଦ୍ର ହାତୀ, ରେଙ୍କ୍ ୫ରେ ମିଳନ କୁମାର ବଞ୍ଛୋର, ରେଙ୍କ୍ ୬ରେ ବରଗଡର ଗୋରେଖ ସାହୁ, ରେଙ୍କ୍ ୭ରେ ବିଶ୍ୱଜିତ୍ ନାୟକ, ରେଙ୍କ୍ ୮ରେ ଦିଲ୍ଲୀପ ସାଠୁଆ, ରେଙ୍କ୍‌ ୯ରେ ମଚିନ୍ଦ୍ର ସାହୁ, ରେଙ୍କ୍‌ ୧୦ରେ ଗୋପାନ୍ସୁ ମେହେରଙ୍କୁ ଟ୍ରଫି ଓ ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ପୁରୁଖା ଖେଳାଳି ଭାବରେ ବରଗଡର ରଜନୀକାନ୍ତ ଦାଶ, ଶ୍ରେଷ୍ଠ ମହିଳା ଖେଳାଳି ଭାବରେ ଆରାଧ୍ୟା ବିଶ୍ଵାଳ, ଶ୍ରେଷ୍ଠ ୧୩ ବର୍ଷରୁ କମ୍‌ ବୟସ ଖେଳାଳି ଭାବରେ ସ୍ଥିତପ୍ରଜ୍ଞ ପ୍ରଧାନ, ଶ୍ରେଷ୍ଠ ୧୫ ବର୍ଷରୁ କମ୍‌ ବୟସ ଖେଳାଳି ଭାବରେ ଦିନେଶ ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ଛଡା ବରଗଡ ଜିଲ୍ଲା ସଂଘର ୯ ଜଣ ଖେଳାଳି ବିରେନ୍ଦ୍ର କୁମାର ମହାପାତ୍ର, ସମୀର କୁମାର ମେହେର, ରତିକାନ୍ତ ସୁଆର, ଆଲୋକ କୁମାର ଭୋଇ, ତ୍ରିନାଥ ପ୍ରଧାନ, ଓମ୍ ପ୍ରକାଶ ସତ୍‌ନାମୀ, ପୂର୍ଣ୍ଣଚନ୍ଦ୍ର ହାତୀ, ନିରୋଜ କୁମାର ପଟେଲ ପ୍ରମୁଖଙ୍କୁ ଆନ୍ତର୍ଜାତୀୟ ରେଟିଙ୍ଗ ପାଇଥିବାରୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ସଂଘର ସମ୍ପାଦକ କେଶ ରଞ୍ଜନ ପ୍ରଧାନ ସଂଯୋଜନା କରିଥିବା ବେଳେ ଯୁଗ୍ମ ସମ୍ପାଦକ ସୁନିଲ ପୁରୋହିତ, କୋଷାଧ୍ୟକ୍ଷ ସୁରେଶ ପରିଡ଼ା, ଅନ୍ତର୍ଯ୍ୟାମୀ ପରିଡ଼ା, ଶିବ ପ୍ରସାଦ ସାହୁ, ରାଜୀବ କୁମାର ମିଶ୍ର, ରବି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରତିଯୋଗିତାଟି ଓପନ କେଟାଗୋରିରେ ଆୟୋଜିତ ହୋଇଥିଲା । ଏଥିରେ ବିଭିନ୍ନ ବୟସ ବର୍ଗରେ ସର୍ବମୋଟ ୧୦୮ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି । ତନ୍ମଧ୍ୟରୁ ୧୩ ବର୍ଷରୁ କମ୍‌ ବୟସ ବର୍ଗରେ ୨୨ ଜଣ, ୧୫ ବର୍ଷରୁ କମ୍‌ ବୟସ ବର୍ଗରେ ୧୫ ଜଣ ଖେଳାଳି ଥିବା ବେଳେ ୧୩ ଜଣ ଆନ୍ତର୍ଜାତୀୟ ରେଟିଙ୍ଗ ପ୍ରାପ୍ତ ଖେଳାଳି ରହିଥିଲେ । ପ୍ରତିଯୋଗିତାରେ ସବୁଠୁ ବୟସ୍କ ଖେଳାଳି ୭୯ ବର୍ଷୀୟ ହୋଇଥିବା ବେଳେ କନିଷ୍ଠ ଖେଳାଳି ୭ ବର୍ଷ ବୟସର ରହିଥିଲେ । ଏହି ଅବସରରେ ସଂଘ ପକ୍ଷରୁ ବିକାଶ ସ୍କୁଲ୍‌ଠାରେ ଜିଲ୍ଲା ଆନ୍ତଃ ସ୍କୁଲ୍ ଚେସ୍‌ ପ୍ରତିଯୋଗିତା ଆୟୋଜିତ କରିବାକୁ ଘୋଷଣା କରାଯାଇଥିଲା । ସେହିଭଳି ସଂଘ ପକ୍ଷରୁ ଡି. ମୂରଲୀ କ୍ରିଷ୍ଣା ଓ ଦୀପକ ଗୋୟଲ୍‌ଙ୍କୁ ଆଜୀବନ ସଦସ୍ୟ ଭାବରେ ଗ୍ରହଣ କରାଯାଇଥିଲା ।

nrusinghnath
Leave A Reply

Your email address will not be published.