ସାମ୍ବାଦିକଙ୍କ ପିତୃ ବିୟୋଗରେ ଦ୍ୱାଦଶାହ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପ୍ରେସ କ୍ଲବର ସମ୍ପାଦକ ତଥା ଛତ୍ରପୁର ଧରିତ୍ରୀ ପ୍ରତିନିଧି ସନ୍ତୋଷ କୁମାର ପାଢୀଙ୍କ ପିତା ସ୍ୱର୍ଗତ ହରିହର ପାଢୀଙ୍କ ଦ୍ୱାଦଶାହ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଇଆରଇ ଛକ ଛତ୍ରପୁର କାଳିଆବାଲିସ୍ଥ ତାଙ୍କ ବାସଭବନ ପରିସରରେ ଏକ ସ୍ମୃତି ସଭାର ଆୟୋଜନ ହୋଇଥିଲା । ଛତ୍ରପୁର ପ୍ରେସକ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭା ପ୍ରାରମ୍ଭରେ ସ୍ୱର୍ଗତ ପାଢୀଙ୍କ ପରିବାର, ବନ୍ଧୁବର୍ଗ, ଛତ୍ରପୁର ପ୍ରେସ କ୍ଲବର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଗଣ, ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ, ଆଇନଜୀବୀ, ସାମାଜିକ କର୍ମୀ, ଏବଂ ବ୍ରହ୍ମପୁର, ଗଞ୍ଜାମ, ଖଲ୍ଲିକୋଟ, ରମ୍ଭା, ହିଂଜିଳି ଓ ପୁରୁଷୋତ୍ତମପୁର ଅଞ୍ଚଳରୁ ବହୁ ଗଣମାଧ୍ୟମର ପ୍ରତିନିଧୀ, ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ପାଢୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ୱର୍ଗତ ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ’ ସାମ୍ବାଦିକ ସନ୍ତୋଷ କୁମାର ପାଢୀଙ୍କ ପିତା ସ୍ୱର୍ଗତ ହରିହର ପାଢୀ ସୁନାବେଡା ସ୍ଥିତ ଏଚଏଏଲର ଜଣେ ଅବସରପ୍ରାପ୍ତ କର୍ମଚାରୀ ଅଟନ୍ତି । ଗୁରୁବାର ଅନୁଷ୍ଠିତ ତାହାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମରେ ବହୁ ନେତୃବର୍ଗଙ୍କ ସମାବେଶ ହୋଇଥିଲା । ଛତ୍ରପୁର ପ୍ରେସ କ୍ଲବର ଉପଦେଷ୍ଟା ରବିନ୍ଦ୍ର କୁମାର ପଣ୍ଡା, ରବିନ୍ଦ୍ର ନାଥ ପଣ୍ଡା, ଶ୍ରୀକାନ୍ତ ମହାନ୍ତି ଓ ବସନ୍ତ କୁମାର ମହାରଣା, ଉପସଭାପତି ସୁଧୀର କୁମାର ନାହାକ ଓ ଦିଲ୍ଲୀପ କୁମାର ସାମଲ, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ସାହୁ, କେ.ସତ୍ୟ ନାରାୟଣ ରେଡ୍ଡୀ, କୃପାସିନ୍ଧୁ ପଣ୍ଡା, ବିସ୍ମୟ ପ୍ରଧାନ, ସନ୍ତୋଷ କୁମାର ମିଶ୍ର, ଅଜିତ୍ କୁମାର ସ୍ୱାଇଁ, ସନ୍ତୋଷ କୁମାର ସାହୁ, ରବିନ୍ଦ୍ର କୁମାର ନାହାକ, ଇଜୁ ଆମିନ ଖାନ୍, ଅଶୋକ କୁମାର ବେହେରା, ପ୍ରଦୀପ କୁମାର ସାହୁ, କିଶୋର ମହାନ୍ତି, ଗୈାର ପ୍ରସାଦ ମହାପାତ୍ର, କେ.ରମେଶ କ୍ଷେତ୍ରବାସୀ ସାହୁ, ମଳୟ କୁମାର ସାହୁ, ସମୀର ଆଚାର୍ଯ୍ୟ, ଦୁର୍ଗା ମାଧବ ପାଣିଗ୍ରାହୀ, ଫୋଟ ସାମ୍ବାଦିକ ସମୀର ରଥ, ଅଶୋକ କୁମାର ରଥ, ଶବର ତରାଇ, ବିଦ୍ୟାଧର ସାହୁ, ଉମାକାନ୍ତ ବେହେରା, ପ୍ରଦୀପ କୁମାର ପଣ୍ଡା, ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ପୂର୍ବତନ ବିଧାୟକ ଅଶୋକ ଚୈାଧୂରୀ ଓ ଏନ୍.ନାରାୟଣ ରେଡ୍ଡୀ, ଲୋକ ସେବା ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର ଜେନା, ସମବାୟ ବ୍ୟାଙ୍କ ଅଧିକାରୀ ପବିତ୍ର ମୋହନ ପଲାଇ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଧରଣୀଧର ବେହେରା, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ୨୦ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଏମ୍. ଧନଞ୍ଜୟ ରେଡ୍ଡୀ, ୨୧ନଂ ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଏସ୍. କିଶୋର ରେଡ୍ଡୀ, ପୂର୍ବତନ ସରପଞ୍ଚ ଟି. ନରସିଂହ ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି, ଜ୍ୟୋତି ରଂଜନ ସାହୁ, ଅଶୋକ କୁମାର ପାଣିଗ୍ରାହୀ ଓ ଏନ.ଦୁର୍ଯ୍ୟୋଧନ ରେଡ୍ଡୀ, ଯୁବ ନେତା ବାପି ଦାସ, ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ପୂର୍ବତନ ସାଂସଦ ପ୍ରତିନିଧୀ ଆୟୁବ ଖାନ୍, ଛତ୍ରପୁର ବ୍ଲକ ବିଜେଡି ପ୍ରବାସୀ ପ୍ରଧାନ, ଛତ୍ରପୁର ଏନଏସି ବିଜେଡି ସଭାପତି ବି.ରାଜୁବାବୁ, ଚମାଖଣ୍ଡି ସିପିଆଇ ଜୋନାଲ ସମ୍ପାଦକ ସିଏଚ୍ .ଜନାର୍ଦ୍ଦନ ରେଡ୍ଡୀ, ଦୁର୍ଯ୍ୟୋଧନ ନାହାକ, ଚମାଖଣ୍ଡି ସରପଞ୍ଚ ସିଏଚ୍‌. ମନୋଜ କୁମାର ରେଡ୍ଡୀ, ଶ୍ରୀରାମଚନ୍ଦ୍ରପୁର ସରପଞ୍ଚ ଏସ.ସଂଜୀବ ରେଡ୍ଡୀ, ସମିତି ସଭ୍ୟ ଏସ.ଚକ୍ରପାଣି ରେଡ୍ଡୀ, ବିଜେଡି ନେତା ଜି.ଦୀଲେଶ୍ୱର ରେଡ୍ଡୀ, ଭବାନୀ ଶଙ୍କର ପାଣିଗ୍ରାହୀ, ବିଜୟ କୁମାର ପଣ୍ଡା, ସପନ ନାହାକ, କିଶୋର ବେହେରା, ମତ୍ସ୍ୟଜୀବୀ ନେତା କେ.ଏଲେୟା, ଆର୍ଯ୍ୟପଲ୍ଲୀ ସରପଞ୍ଚ ତ୍ରିଲୋଚନ ବେହେରା, ଏମ.ଗୁମାଲୀ, ବି.ଭୀମସେନ, କାହ୍ନୁ ବେହେରା .ଏମ୍. ଡିଲି, ଭାରତୀୟ ଜନତା ପାର୍ଟିର କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, ଛତ୍ରପୁର ମଣ୍ଡଳ ସଭାପତି ସଂଜିତ କୁମାର ରାଉଳ, ରୁଇନା ପଟ୍ଟାନୟକ, ରାଜେନ୍ଦ୍ର ପଲାଇ, ବସନ୍ତ କୁମାର ବେହେରା, ଯୁବନେତା ଏନ.ଦୀନ ବନ୍ଧୁ, କେ. ରଘୁନାଥ ରେଡ୍ଡୀ, ବି.ଶଙ୍କର ରେଡ୍ଡୀ, ପୋଡାପଦର ସରପଞ୍ଚ ସଜାତା ଦାସ, ବଚନ ଦାସ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି.ପାପା ରାଓ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ୯ନଂ ୱାର୍ଡ କାଉନସିଲର ପ୍ରିତୀଛନ୍ଦା ସାମଲ, ସନମୁଖ ପଟ୍ଟନାୟକ, ଛତ୍ରପୁର ଏନଏସିର ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ଋଷିକୂଲ୍ୟା ରୟତ, ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ଯୁବ ସମାଜସେବୀ ସୁଧୀର କୁମାର ପଟ୍ଟନାୟକ, ଛତ୍ରପୁର ଓକିଲ ସଂଘର ସମ୍ପାଦକ ଏଲ. ଗୋପାଲ ରାଓ, ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟର ଉପଦେଷ୍ଟା ବିଜୟ କୃଷ୍ଣ ପଟ୍ଟନାୟକ, ସରକାରୀ ଓକିଲ ମନୋଜ କୁମାର ପାଢୀ, ଭୈରବୀ କୁମାର ପଟ୍ଟନାୟକ ଓ ଡମିନାଥ ସାହୁ, କ୍ୟାଡେଡ ଏପିପି ରାଜେଶ କୁମାର ମିଶ୍ର, ଆଇନଜୀବୀ ବ୍ରଜ ମୋଜନ ଆଚାର୍ଯ୍ୟ ଓ ପି.ଧର୍ମା ରେଡ୍ଡୀ, ଆନ୍ତର୍ଜାତିକ କ୍ରିଡାବିତ୍ ଭି.ରମେଶ ରାଓ, ସମାଜସେବୀ ଭାଗିରଥୀ ବେହେରା, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ ଓ ପୀତାମ୍ବର ପଣ୍ଡା, ମହେଶ ଗୈାଡ, ସୁଧୀର କୁମାର ସାହୁ, ଅଟଳ ବିହରୀ ପଟ୍ଟନାୟକ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା, ହେଲପ ଡେସ୍କ ମ୍ୟାନେଜର ଜିତେନ୍ଦ୍ର ମହାପାତ୍ର, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ଶିଶିର ପାଣିଗ୍ରାହୀ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ କୁମାର ସେଠୀ, ମିଳିତ ଶିକ୍ଷକ ସଂଘର ସଭାପତି ରବି ନାରାୟଣ ବେହେରାଙ୍କ ସମେତ ବହୁ ରାଜନୈତିକ ଦଳର ନେତା ଓ କର୍ମୀମାନେ ଯୋଗଦେଇ ସ୍ୱର୍ଗତ ପାଢୀଙ୍କ ସ୍ମୃତି ଚାରଣ କରିଥିଲେ ଏବଂ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।

Leave A Reply

Your email address will not be published.