ରାଜ୍ୟସଭା ସାଂସଦଙ୍କ ଖପ୍ରାଖୋଲ ବ୍ଲକ ଅଞ୍ଚଳ ଗସ୍ତ : ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ

  • ସେବାଶ୍ରମ ଓ କନ୍ୟାଶ୍ରମ ସ୍କୁଲ ଗୁଡିକରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବା ପାଇଁ ନିଜ ସାଂସଦ ପାଣ୍ଠି ଯୋଗାଇଦେବାକୁ ପ୍ରତିଶୃତୀ ଦେଲେ ଶ୍ରୀ ବିଶି

ପାଟଣାଗଡ଼, (ଗୋରେଖନାଥ ବରିହା) : ନବ ନିର୍ବାଚିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବୁଧବାର ଖପ୍ରାଖୋଲ ବ୍ଲକ ଅଞ୍ଚଳ ଗସ୍ତ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ, ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଓ ହରିଶଙ୍କର ମନ୍ଦିର ବୁଲି ଦେଖିଥିଲେ । ପ୍ରଥମେ କପସିପାଲି ସେବାଶ୍ରମ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସେହିପରି ସ୍ଥାନୀୟ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ବ୍ଲକର ବିଭିନ୍ନ ବିଦ୍ୟୁତ ସମସ୍ୟା ନେଇ ଆଲୋଚନା କରିବା ସହ ତୁରେକେଲା ଫିଡରରୁ ବିଦ୍ୟୁତ ସଂଯୋଗ ଦେବାକୁ ଟାଟା ସିଇଓଙ୍କ ସହ ଆଲୋଚନା କରିଥିବା ବେଳେ ଧଣ୍ଡାମୁଣ୍ଡାରେ ଏକ ଗ୍ରୀଡ ସ୍ଥାପନ, ନିରବଚ୍ଛିନ୍ନ ବିଦ୍ୟୁତ ସେବା ନେଇ ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ଖପ୍ରାଖୋଲ ପ୍ରେସ କ୍ଲବ ତରଫରୁ ସ୍ୱାଗତ କରାଯାଇଥିଲା । ପରେ ମହରାପଦର ହାଇସ୍କୁଲ, ତୁର୍ଲା ସେବାଶ୍ରମ ବିଦ୍ୟାଳୟ, ବେନକେରା ସେବାଶ୍ରମ ବୁଲି ଦେଖିଥିଲେ । ସେହିପରି ହରିଶଙ୍କର ମନ୍ଦିର ଗସ୍ତ କରି ଠାକୁର ଦର୍ଶନ କରିବା ସହ ଝରଣା କୁଳ ବୁଲି ଦେଖିଥିଲେ । ମନ୍ଦିରର ମେନେଜର ଗୁପ୍ତେଶ୍ୱର କୁଆଁର ଏବଂ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ । ଗସ୍ତ ଅବସରରେ ଗିରିରାଜ ଭୋଇ, ଟିକେଶ୍ୱର୍ ଧାରୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.