oom

କୃଷକ ଉତ୍ପାଦକ କମ୍ପାନୀମାନଙ୍କର ଏକ ଦିନିକିଆ ବୈଠକ ଅନୁଷ୍ଠିତ

jsmm

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ଜିଲ୍ଲା ଜଳଛାୟା ପ୍ରକଳ୍ପ ସମ୍ମିଳନୀ କକ୍ଷରେ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ତଥା ନାବାର୍ଡ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ କୃଷକ ଉତ୍ପାଦକ କମ୍ପାନୀମାନଙ୍କର ଏକ ଦିନିକିଆ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣା, ଜିଲ୍ଲା ବିକାଶ ପ୍ରବନ୍ଧକ ନାବାର୍ଡ ହଟକିଶୋର ବେହେରା, ଗମ୍ଭାରୀପାଲି କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ଼ ନୃସିଂହ ଚରଣ ବାରିକ, ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଭୀମସେନ ସେଠି ଜଳଛାୟା ପ୍ରକଳ୍ପ, ପ୍ରକଳ୍ପ ମୁଖ୍ୟ ଏବଂ ପ୍ରଣୟଶ୍ରୀ ପ୍ରଭାତ କୁମାର, ମସ୍ୟ ବିଭାଗ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନାବାର୍ଡ ତରଫରୁ ଗଠନ ହୋଇଥିବା ଚାରିଗୋଟି କୃଷକ ଉôପାଦକ କମ୍ପାନୀର ନିର୍ଦେଶକମାନେ ଯୋଗଦାନ କରିଥିଲେ । କୃଷକ ଉତ୍ପାଦକ କମ୍ପାନୀ ମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କଣ କଣ ଯୋଜନା ରହିଛି, କୃଷକମାନେ ଉତ୍ପାଦିତ ଦ୍ରବ୍ୟର ବଜାରିକରଣ କେମିତି କରି ପାରିବେ, ଆଧୁନିକ ପଦ୍ଧତିରେ କିପରି ଚାଷ କରି ଅଧିକ ଦୁଇ ପଇସା ଲାଭ ପାଇ ପାରିବେ ସେ ବିଷୟରେ ଉପସ୍ଥିତ ଅଧିକାରୀ ଗଣ ମତ ପୋଷଣ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ର ତରଫରୁ କେଭିକେ ମୁଖ୍ୟ କୃଷକମାନଙ୍କୁ ବିରାଟ ଭେରାଇଟିର ମୁଗ ଯୋଗାଇ ଦେଇ ତାର ବାଜାରିକରଣ ମଧ୍ୟ କରାଯିବାକୁ ଘୋଷଣା କରିଥିଲେ । ଡି ଡି ଏମ୍ ନାବାର୍ଡ ନବକିଷାନର ସ୍ୱଳ୍ପ ହାରର ଋଣ ସୁବିଧା ତଥା ଏଫ୍‌ପିଓ ପରିଚାଳନା ନିମନ୍ତେ ମାର୍ଗଦର୍ଶନ କରିଥିଲେ । ମହାଶକ୍ତି ଫାଉଣ୍ଡେସନର ବରିଷ୍ଠ ପରିଚାଳକ ହୃଷିକେଶ ସାହୁ କୃଷକ ଉତ୍ପାଦକ ସଙ୍ଘର ନିର୍ଦେଶକ ମଣ୍ଡଳୀକୁ ତାଲିମ୍ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ମିହିର ରଞ୍ଜନ ସାଗର ପରିଚାଳନା କରିଥିବା ବେଳେ ସୁବୋଧ କୁମାର ସାହୁ, ପ୍ରଶାନ୍ତ ମହାରଣା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.