ଛତ୍ରପୁରରେ ରଥାରୂଢ ଶ୍ରୀଜୀଉଙ୍କ ସୁନାବେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀ ଶ୍ରୀ ଜଗନ୍ନାଥମନ୍ଦିରରେ ଅବା ରାଜାଘର ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ରଥାରୂଢ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାରମ୍ପରିକ ସୁନାବେଶ ଲାଗି ହୋଇଛି । ଶ୍ରୀଜୀଉଙ୍କ ସୁନାବେଶରେ ଭକ୍ତ ଆତ୍ମବିଭୋର ହୋଇଉଠିଛନ୍ତି । ରଥଯାତ୍ରାର ଅନ୍ତିମ ଦିବସ ସୁନାବେଶ ଅବସରରେ ଭଜନ ସାମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲ । ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଭକ୍ତଙ୍କ ସମାଗମ ହୋଇଥିଲା । ଆଜି ସନ୍ଧ୍ୟାରେ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯିବା ସହ ୧୦୮ ଆଳତୀ ଶ୍ରୀଜୀଉଙ୍କୁ ସମର୍ପଣ ହୋଇଛି । ଭକ୍ତଗଣ ମହାପ୍ରଭୁଙ୍କ ଆରତୀ ଦର୍ଶନ କରି ବିଭୂକୃପା ଲାଭ କରି ସହସ୍ରାଧିକ ଭକ୍ତ ନିଜକୁ ଧନ୍ୟ ମନେ କରିଛନ୍ତି । ସେହିପରି ଛତ୍ରପୁର ମେନ୍‌ ରୋଡ଼୍‌ରେ ରଥରେ ଅବସ୍ଥାନ କରିଥିବା ପଣ୍ଡା ରଥ ଓ ଦାସୀର ରଥରେ ଶ୍ରୀ ପତିତପାବନ ଜଗନ୍ନାଥଙ୍କ ରୌପ୍ୟ ଝଲକରେ ମହାପ୍ରଭୁ ଝଳିସି ଉଠିଥିଲେ ।

Leave A Reply

Your email address will not be published.