oom

ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ ପ୍ରତିବାଦରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଡ଼ ଖବର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଆକ୍ରୋଶ ମୂଳକ ଭାବେ ରାତି ଅଧିଆ ଗିରଫ କରିବା ଘଟଣାର ପ୍ରତିବାଦରେ ଶନିବାର ଭଞ୍ଜନଗରଠାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗର ଉପ-ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସତ୍ୟ ଖବର ପ୍ରକାଶ କରିଥିବାରୁ ରାଜ୍ୟ ସରକାରଙ୍କ ଇଓଡ଼ବ୍ଲୁ ଜରିଆରେ ଯେଉଁଭଳି ତତ୍ପରତା ଦେଖାଇ ଷଡଯନ୍ତ୍ର ମୂଳକ ଭାବେ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କୁହାଯାଇଛି । ସତ୍ୟକୁ ସାମ୍ନାକୁ ଆଣୁଥିବା ସାମ୍ବାଦିକଙ୍କ କଣ୍ଠରୋଧ କରାଯିବା ସହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଅସମ୍ମାନ କରାଯାଉଛି । ଯାହାକି ଏହି ଘଟଣା କୁଠାରଘାତ କରୁଥିବା ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଅଗଣତାନ୍ତ୍ରିକ ଉପାୟରେ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ନିରପେକ୍ଷ ଭାବେ ତଦନ୍ତ କରି ସମ୍ବିଧାନ ଓ ସାମ୍ବାଦିକଙ୍କ ସୁରକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ପାଇଁ ସଂଘ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛି । ଏଥିରେ ସଭାପତି ଜୟକୃଷ୍ଣ ପଟ୍ଟନାୟକ, ଉପ-ସଭାପତି ପ୍ରଦୀପ କୁମାର ସ୍ୱାଇଁ, ସମ୍ପାଦକ ରବୀନ୍ଦ୍ର କୁମାର ଗୌଡ଼, ସହ ସମ୍ପାଦକ ନିଲୁ ବିଷୋୟୀ, ଜିଲ୍ଲା ସଂଯୋଜକ ବିଶ୍ୱମ୍ଭର ଜେନା, କୋଷାଧ୍ୟକ୍ଷ ଭବାନୀ ଶଙ୍କର ପାଳ, ବଡ଼ ଖବର ପ୍ରତିନିଧି ନଚିକେତା ପ୍ରଧାନ, ରଞ୍ଜନ ସ୍ବାଇଁ, ସୁଜିତ ବିଷୋୟୀ, ଅମରେନ୍ଦ୍ର ପଟ୍ଟନାୟକ, ପପୁ ପ୍ରଧାନ, ଗୋବିନ୍ଦ ଗୌଡ଼, ସନ୍ତୋଷ ପ୍ରଧାନ, ଗିରିସ ସାହୁ, ପୁରୁଷୋତ୍ତମ ମହାପାତ୍ର, ଅରକ୍ଷିତ ପରିଛା, ଉଦୟ ପଣ୍ଡା ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.