jsm

ପୁଣି ସଇଁତଲା ପୋଲିସକୁ ସଫଳତା : ବ୍ଲକ ଶିକ୍ଷା ବିଭାଗ ଅଫିସରୁ ଚୋରି ଘଟଣାରେ ୩ ଜଣ ନାବାଳକ ଅଭିଯୁକ୍ତ ଗିରଫ ସହ ସାମଗ୍ରୀ ଉଦ୍ଧାର

csstore

ସଇଁତଲା, (ପ୍ରମୋଦ କୁମାର ସେଲମା) : ଗତ ୧୩ ତାରିଖ ଦିନ ମାଇକ୍ରୋ ଫାଇନ୍ସସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟପାଟ ଘଟଣାରେ ସଇଁତଲା ପୋଲିସକୁ ବଡ଼ ସଫଳତା ମିଳିଥିଲା । ଏଥିରେ ୭ ଜଣ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ପୁଣି ବିଇଓ ଅଫିସରୁ ଚୋରି ଘଟଣାରେ ୩ ଜଣ ନାବାଳକଙ୍କୁ ଗିରଫ କରିଛନ୍ତି । ଗତ ମେ ୫ ତାରିଖ ରାତ୍ରିରେ କିଛି ଦୁର୍ବୃତ୍ତ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅଧୀନରେ ଥିବା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ କବାଟ ଭାଙ୍ଗି ଭିତରକୁ ପଶି ଚୋରି ହୋଇଥିବା ଘଟଣାକୁ ନେଇ ସଇଁତଲା ଥାନା ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ସଇଁତଲା ପୋଲିସ ଥାନା କେସ ନଂ ୧୨୪/୨୨ରେ ଏକ ମାମଲା ରୁଜୁ କରି ସଇଁତଲା ଆଇଆଇସି ଅବନୀ ସାହୁଙ୍କ ତତ୍ତ୍ୱାବଧାନରେ ଘଟଣାର ଖୋଡ଼ତାଳ ଆରମ୍ଭ କରିଥିଲେ । ଏଥିରେ ପୋଲିସ ୩ ଜଣ ନାବାଳକଙ୍କୁ ଡାକ୍ତରି ମାଇନା କରି ଜୁଭେନାଇଲ କୋର୍ଟକୁ ଚାଲାଣ କରିବା ସହ କମ୍ପ୍ୟୁଟର ମନିଟର ଓ ପଙ୍ଖାକୁ ଜବତ କରିଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ମେ ୫ ତାରିଖ ଦିନ ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତମାନେ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପଛ ପଟୁ କବାଟ ଭାଙ୍ଗି ପ୍ରବେଶ କରିଥିଲେ । ଅଫିସରେ ଥିବା କମ୍ପ୍ୟୁଟର ମନିଟର ଚୋରି ହୋଇଥିବା ସହ ଆଲମାରୀକୁ ମଧ୍ୟ ଖୋଲା ଯାଇ ଚାବିକୁ ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା । ଏହା ସହିତ ବିଭାଗୀୟ ଅଧିକାରୀମାନେ ପୋଲିସର ଉପସ୍ଥିତରେ ଆଉ କିଛି ଚୋରି ହୋଇଥାଥ ପାରେ ବୋଲି ଅନୁମାନ କରିଥିଲେ । ଘଟଣାର ଖବର ପାଇ ସଇଁତଲା ଏସଆଇ ସଂଗୀତା ବେକ, ଏଏସଆଇ ଥବିର ମହାରଣା ଓ ଟାଉନ ହାବିଲଦାର ଭୁବନେଶ୍ୱର ଭୋଇ ପହଂଚି ତଦନ୍ତ ଆରମ୍ଭ କରିଥିଲେ ।

yuvodaya
Leave A Reply

Your email address will not be published.