oom

ଇସ୍ପାତ ଫିଟନେସ୍‌ ପାଥ୍‌ରେ ରଜ ଉତ୍ସବ ପାଳନ

jsmm

ରାଉରକେଲା, (ସସ୍ମିତା ପ୍ରଦାନ) : ସେକ୍ଟର ୧୯ସ୍ଥିତ ଇସ୍ପାତ ଫିଟ୍‌ନେସ୍‌ ପାଥ୍‌ଠାରେ ଇସ୍ପାତ ଫିଟ୍‌ନେସ୍‌ ଏଲାଇଟ୍‌ ଗୃପ୍‌ ତରଫରୁ ରଜ ମହୋତ୍ସବ ପାଳନ କରାଯାଇଛି । ଏଲାଇଟ୍‌ ଗୃପର ବରିଷ୍ଠ ସଦସ୍ୟ ଡଃ ସୁମନ ଦତ୍ତଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯକ୍ରମରେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତଙ୍କୁ ରଜ ଉତ୍ସବ ଓ ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏହି ମହୋତ୍ସବ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରି ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସହର ପ୍ରଶାସନର ସିଜିଏମ ଅଜୟ କୁମାର ନାୟକ, ଆଇଜିଏଚ୍‌ର ସିଏମ୍‌ଓ ଡାକ୍ତର ଲକ୍ଷ୍ମୀକାନ୍ତ ବିଶ୍ବାଳ, ପ୍ରୋଟୋକଲ୍ ସିଜିଏମ୍‌ ବି.କେ.ରାଉତ, ଡିଏସ୍‌ପି ପି.କେ. ବିଶ୍ବାଳ, ବରିଷ୍ଠ ସଦସ୍ୟ ନିମାଇଁ ଚରଣ ରାୟ, ଚିନ୍ତାମଣି ମିଶ୍ର, ବିମାନ ମାଇତି, ଅମୂଲ୍ୟ ଚରଣ ବରାଳ, ଅବକାଶ ବେହେରା, ଗଙ୍ଗାଧର ପୁହାଣ, ପ୍ରଫୁଲ୍ଲ କୁମାର ଦାସ, ଅଜୟ ପୂଜାରୀ, ରାଜୁ ଯୋଶୀ, ମନୋରଞ୍ଜନ ପ୍ରଧାନ, ବିଷ୍ଣୁ ବେହେରା, କୈବଲ୍ୟ ସାହାଣୀ, ବ୍ରଜବଂଧୁ ତ୍ରିପାଠୀ, ସନ୍ତୋଷ ପଣ୍ଡାଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିଙ୍କ ସମେତ ସମସ୍ତଙ୍କ ମଧ୍ୟରେ ରଜ ପର୍ବର ବିଭିନ୍ନ ପ୍ରକାର ପିଠା ସହ ମିଷ୍ଟାନ୍ନ ଓ ରଜ ପାନ ବଣ୍ଟନ କରାଯାଇଥିଲା । କବି କୁଞ୍ଜବିହାରୀ ରାଉତଙ୍କ କବିତା ପାଠ ପରେ ଆବାହକ ଡଃ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.